‘୨୦୨୪ ଶେଷ ଯାଏଁ ସମସ୍ତଙ୍କୁ ମିଳି ନପାରେ କୋଭିଡ୍ ଟିକା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 14, 2020

‘୨୦୨୪ ଶେଷ ଯାଏଁ ସମସ୍ତଙ୍କୁ ମିଳି ନପାରେ କୋଭିଡ୍ ଟିକା’

ନୂଆଦିଲ୍ଲୀ: ୨୦୨୪ ଶେଷ ହେବା ପର୍ଯ୍ୟନ୍ତ ହୁଏତ ବିଶ୍ୱର ସମସ୍ତ ଲୋକଙ୍କୁ କୋଭିଡ ଟିକା ମିଳି ନପାରେ। ଏମିତି ଆଶଙ୍କା ପ୍ରକାଶ କରିଛନ୍ତି ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଇଣ୍ଡିଆର ସିଇଓ ଅଦର ପୁନାଓ୍ୱାଲା।

ସେ ଆକଳନ କରିଛନ୍ତି, ଯଦି କୋଭିଡ ଟିକା ୨ଟି ଡୋଜ୍ ବିଶିଷ୍ଟ ହେବ, ତେବେ ସାରା ବିଶ୍ୱର ଲୋକଙ୍କୁ ଟିକା ଦେବା ପାଇଁ ଦରକାର ୧୫ ଶହ କୋଟି ଡୋଜ୍। ଆଉ ଏତେ ପରିମାଣର ଟିକା ପ୍ରସ୍ତୁତ କରି ସମସ୍ତ ଲୋକଙ୍କୁ ଦେବା ନିଶ୍ଚିତ ଭାବେ ବହୁତ ବଡ଼ କାମ। ଏଥିପାଇଁ ନିହାତି ଭାବେ ୪-୫ ବର୍ଷ ଲାଗିଯିବ।

ପୁନାଓ୍ୱାଲା କହିଛନ୍ତି, କୋଭିଡ ଟିକା ପ୍ରସ୍ତୁତ କରିବା ପାଇଁ ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ୫ଟି ଅନ୍ତର୍ଜାତୀୟ ଫାର୍ମ ସହିତ ମିଳିତ ଭାବେ କାମ କରୁଛି। ସବୁଠୁ ଚର୍ଚ୍ଚାରେ ଥିବା ଅକ୍ସଫୋର୍ଡର ଟିକା ପାଇଁ ଆଷ୍ଟ୍ରାଜେନେକା ଓ ନୋଭାଭାକ୍ସ ସହିତ ମଧ୍ୟ କାମ କରୁଛି ସିରମ୍ ଇନ୍‌ଷ୍ଟିଚ୍ୟୁଟ୍‌।

ଏହି ସଂସ୍ଥା ଶହେ କୋଟି ଡୋଜ୍ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛି। ଏହାର ଅଧା ଭାରତକୁ ଦିଆଯିବ ବୋଲି କୁହାଯାଇଛି।

ଆଷ୍ଟ୍ରାଜେନେକା ସହିତ ମିଳିତ ଭାବେ ସିରମ୍ ଇନ୍‌ଷ୍ଟିଚ୍ୟୁଟ୍ ଯେଉଁ ଟିକା ପ୍ରସ୍ତୁତ କରୁଛି, ତାହା ୬୮ଟି ଦେଶରେ ଉପଲବ୍ଧ ହେବ। ଟିକାର ଦାମ୍‌ ପ୍ରାୟ ୨ ଶହରୁ ୨୫୦ ଟଙ୍କା ରହିବ। ସେହିପରି ନୋଭାଭାକ୍ସ ଓ ସିରମ୍‌ ଟିକା ୯୨ଟି ଦେଶରେ ମିଳିବ। ରୁଷର ସ୍ପୁଟନିକ ଟିକାର ପ୍ରସ୍ତୁତିରେ ମଧ୍ୟ ଏହି ସଂସ୍ଥାର ଭାଗିଦାରୀ ରହିଛି।

The post ‘୨୦୨୪ ଶେଷ ଯାଏଁ ସମସ୍ତଙ୍କୁ ମିଳି ନପାରେ କୋଭିଡ୍ ଟିକା’ appeared first on Odisha Reporter.



from Odisha Reporter https://ift.tt/3ixCbNd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages