ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 8, 2020

ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା

ବଣାଇ (ରଞ୍ଜିତ ଚୌଧୁରୀ): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ କଟାଖଣ୍ଡି ଅଞ୍ଚଳରେ ଜଣେ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଆଶିଷ ନାୟକ। ଅଭିଯୁକ୍ତ ତନୁ ନାୟକ ଫେରାର ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସକାଳେ ଆଶିଷ ଓ ତନୁଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଏହି ସମୟରେ ତନୁ ଉତ୍‌କ୍ଷିପ୍ତ ହୋଇ ଭୁଜାଲିରେ ଆଶିଷଙ୍କୁ ଆକ୍ରମଣ କରିଥିଲା। ଫଳରେ ତାଙ୍କ ଛାତି ଓ ପିଠିରେ ଆଘାତ ଲାଗିଥିଲା।

ପରିବାର ଲୋକେ ଆଶିଷଙ୍କୁ ଗୁରୁତର ଅବସ୍ଥାରେ ବଣାଇ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷାଣ କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।

 

The post ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା appeared first on Odisha Reporter.



from Odisha Reporter https://ift.tt/3jZCuke

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages