ମୁମ୍ୱାଇ: ଏକତା କପୁରଙ୍କ ସିରିଏଲ୍ ‘ସାଥ୍ ନିଭାନା ସାଥିୟା’ ବେଶ୍ ଲୋକପ୍ରିୟ ହୋଇଥିବା ବେଳେ ଏହାକୁ ପୁଣି ଥରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଅର୍ଥାତ୍ ଆସୁଛି ‘ସାଥ୍ ନିଭାନା ସାଥିୟା ୨’।
‘ସାଥ୍ ନିଭାନା ସାଥିୟା ୨’ର ପ୍ରଥମ ପ୍ରୋମୋ ମଧ୍ୟ ରିଲିଜ୍ ହୋଇସାରିଛି। ପୂର୍ବରୁ ଗୋପୀ ବୋହୂ ଭୂମିକା ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କୁ ଏହି ପ୍ରୋମୋରେ ଦେଖିବାକୁ ମିଳିଛି। ତେଣୁ ଏହା କନଫର୍ମ ଯେ ଦେବୋଲିନା ହିଁ ଏଥିରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ।
ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ପ୍ରୋମୋଟିକୁ ଶେଆର କରି ଦେବୋଲିନା ଲେଖିଛନ୍ତି, ଡିମାଣ୍ଡ ପରେ ଆମେ ପୁଣିଥରେ ଫେରୁଛୁ।
ଏହି ପ୍ରୋମୋ ଭିଡିଓରେ ଦେବୋଲିନା ଏକ ପିଙ୍କ୍ ଶାଢ଼ି ପିନ୍ଧି ହାତରେ ପୂଜା ଥାଳି ଧରିଛନ୍ତି। ଏଥିରେ ସେ କହିଛନ୍ତି, ‘ବୋଧହୁଏ ରୋଷେଇ ଘରେ ଗହଣା ପ୍ରେସର କୁକରକୁ ଗ୍ୟାସରେ ବସାଇଛି। ଏ ଗହଣା ବି ବେଳେବେଳେ ଏମିତି କାମ କରୁଛି ଯେ ମୋତେ ସରପ୍ରାଇଜ କରିଦେଉଛି। ଆପଣ ସମସ୍ତେ ଭାବୁଥିବେ, ଏ ଗହଣା କିଏ ? ଆଗକୁ ଆପଣମାନେ ଜାଣିପାରିବେ।’
ସେହିପରି ‘ସାଥ୍ ନିଭାନା ସାଥିୟା ୨’ରେ ଦେବୋଲିନାଙ୍କ ବିପକ୍ଷରେ ସିଦ୍ଧାର୍ଥ ଶୁକ୍ଳା ଅଭିନୟ କରିବେ ବୋଲି କୁହାଯାଉଛି।
The post ଆସୁଛି ‘ସାଥ୍ ନିଭାନା ସାଥିୟା ୨’, ପୁଣି ଆସିବେ ଦେବୋଲିନା appeared first on Odisha Reporter.
from Odisha Reporter https://ift.tt/3i02POB
No comments:
Post a Comment