ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍ସିବି) ଯେଉଁମାନଙ୍କୁ ଗିରଫ କରିଛି, ସେମାନଙ୍କ ମଧ୍ୟରେ କରମଜୀତ ନାମକ ଜଣେ ବ୍ୟକ୍ତି ରହିଛନ୍ତି। ଏହି କରମଜିତ ଜଣେ ଡ୍ରଗ୍ସ ବିକ୍ରେତା। ସୂଚନା ଅନୁଯାୟୀ, ଜେରା ବେଳେ କରମଜୀତ୍ ପାଖାପାଖି ୨୦ ଜଣ ସେଲେବ୍ରିଟିଙ୍କ ନାଁ କହିଛି। ଆଉ ସେମାନଙ୍କ ମଧ୍ୟରେ ଅଧିକାଂଶ ଟେଲିଭିଜନ ଦୁନିଆର।
ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଓ ସାମୁଏଲ ମିରାଣ୍ଡାଙ୍କୁ ଏନ୍ସିବି ଜେରା କଲା ବେଳେ କରମଜୀତର ନାଁ ସାମ୍ନାକୁ ଆସିଥିଲା। ସେ ଥିଲା ଡ୍ରଗ୍ସ ଯୋଗାଇବାରେ ମୁଖ୍ୟ ଲୋକ। ସେ କେଜି ନାଁ ଜଣାଶୁଣା।
ଗତକାଲି ଏନ୍ସିବି ଟେଲି କଳାକାର ସନମ ଜୋହର ଓ ଅବିଗୈଲ ପାଣ୍ଡେଙ୍କୁ ସମନ ଜାରି କରିଛି। ସେହିଭଳି ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍, ରକୁଲ ପ୍ରୀତ ସିଂହ ଓ ଦୀପିକା ପାଦୁକୋନଙ୍କ ସମନ ଜାରି କରିଛି।
The post ଡ୍ରଗ୍ସ ଲିଙ୍କ୍: ଖାଲି ବଲିଉଡ୍ ନୁହେଁ, ଏନ୍ସିବି ରାଡାର୍ରେ ଅଛନ୍ତି ଟେଲି କଳାକାର appeared first on Odisha Reporter.
from Odisha Reporter https://ift.tt/2EsmqIs
No comments:
Post a Comment