ମୁମ୍ବାଇ: ଅଭିନେତ୍ରୀ ତଥା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ନେଇ ଆସନ୍ତା କାଲି ଶୁଣାଣି କରିବେ ବମ୍ୱେ ହାଇକୋର୍ଟ। ତେବେ ଆଜି ରିୟା ଓ ତାଙ୍କ ଭାଇ ଶୌଭିକ୍ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଶୁଣାଣି କରିଥାନ୍ତେ। ହେଲେ ମୁମ୍ବାଇରେ ପ୍ରବଳ ବର୍ଷା ହେଉଥିବା ଯୋଗୁ ଶୁଣାଣିକୁ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଛି।
ଆସନ୍ତା କାଲି ହେବ ରିୟା ଓ ଶୌଭିକଙ୍କ ଜାମିନ ଆବେଦନ ଉପରେ ଶୁଣଣି। ସୁଶାନ୍ତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ପରେ ମୁଖ୍ୟ ଅଭିଯୁକ୍ତ ରିୟା ଓ ଶୌଭିକଙ୍କୁ ସେପ୍ଟେମ୍ବର ୯ରେ ଏନସିବି ଗିରଫ କରିଥିଲା। ଗିରଫ ପୂର୍ବରୁ ରିୟାଙ୍କୁ ଲଗାତର ୩ ଦିନ ଧରି ମାରାଥନ ଜେରା କରିଥିଲା ଏନସିବି। ଗିରଫ କରାଯିବା ପରେ ରିୟାଙ୍କୁ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଥିଲା। ସେ ତଳ କୋର୍ଟରେ ଦୁଇଥର ଜାମିନ ଆବେଦନ କରିଥିଲେ ହେଁ ତାହା ଖାରଜ ହୋଇଯାଇଥିଲା।
ଏହାପରେ ରିୟା ବମ୍ବେ ହାଇକୋର୍ଟଙ୍କଠାରେ ଜାମିନ୍ ଆବେଦନ କରିଥିଲେ, ଯାହାର ଶୁଣାଣି ଆଜି ହେବାର ଥିଲା। ହେଲେ ମୁମ୍ବାଇରେ ପ୍ରବଳ ବର୍ଷା ହେଉଥିବା କାରଣରୁ କୋର୍ଟକୁ ଛୁଟି କରିଦିଆଯାଇଛି। ଏଣୁ ଆସନ୍ତା କାଲି ଜାମିନ୍ ଆବେଦନ ଉପରେ କୋର୍ଟ ଶୁଣାଣି କରିବେ ବୋଲି ଜଣାପଡ଼ିଛି। ରିୟା ଗତ ଦୁଇ ସପ୍ତାହ ଧରି ମୁମ୍ବାଇ ବାଇକୋଲା ଜେଲରେ ଅଛନ୍ତି।
ସୁଶାନ୍ତଙ୍କ ପାଇଁ ରିଆ ଡ୍ରଗ୍ସ କିଣୁଥିବା ନେଇ ପଚରାଉଚରା ବେଳେ ଏନ୍ସିବି ନିକଟରେ ସ୍ୱୀକାର କରିଥିଲେ। ତେବେ ସେ ନିଜେ ଡ୍ରଗ୍ସ ସେବନ କରୁ ନ ଥିବା ଏନ୍ସିବିକୁ କହିଥିବା ଜଣାପଡ଼ିଛି।
ଜୁନ୍ ୧୪ ତାରିଖରେ ସୁଶାନ୍ତ ସିଂହ ରାଜପୁତଙ୍କ ଝୁଲନ୍ତା ମୃତଦେହକୁ ତାଙ୍କ ବାନ୍ଦ୍ରା ସ୍ଥିତ ବାସଭବନରୁ ଉଦ୍ଧାର କରିଥିଲା। ଏହା ପରେ ଚର୍ଚ୍ଚାକୁ ଆସିଥିଲେ ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ସୁଶାନ୍ତଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ରିଆକୁ ଦାୟୀ କରିଥିବା ବେଳେ ଏନେଇ ଥାନାରେ ଅଭିଯୋଗ କରିଥିଲା। ଏବେ ସିବିଆଇ ଏହି ଘଟଣାର ତଦନ୍ତ କରୁଛି। ତେବେ ତଦନ୍ତ ବେଳେ ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗ ଆସିବାରୁ ଏନ୍ସିବି ତା’ଉପରେ ତଦନ୍ତ କରୁଛି। ସେହିପରି ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ ଅଭିଯୋଗର ତଦନ୍ତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କରୁଛି।
The post ରିୟାଙ୍କ ଜାମିନ୍ ଆବେଦନ ନେଇ ଆଜି ହେବନି ଶୁଣାଣି appeared first on Odisha Reporter.
from Odisha Reporter https://ift.tt/3iWMvhI
No comments:
Post a Comment