ଆଉ ଏକ ଜିଲ୍ଲାରେ କରୋନାରେ ଗଲା ପ୍ରଥମ ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 23, 2020

ଆଉ ଏକ ଜିଲ୍ଲାରେ କରୋନାରେ ଗଲା ପ୍ରଥମ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ଆଉ ସେମାନଙ୍କ ମଧ୍ୟରେ ଜଣେ ନୂଆପଡ଼ା ଜିଲ୍ଲାର ଅଛନ୍ତି। ଏହି ଜିଲ୍ଲାରେ ଏହା ହେଉଛି କରୋନା ଜନିତ ପ୍ରଥମ ମୃତ୍ୟୁ।

ନୂଆପଡ଼ା ଜିଲ୍ଲାରେ ୨,୩୧୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧,୫୦୫ ଜଣ ସୁସ୍ଥ ହୋଇସାରିଲେଣି। ୮୧୨ ଜଣ ଚିକିତ୍ସାଧୀନ ଅଛନ୍ତି।

ଅନ୍ୟପକ୍ଷରେ ଏଯାବତ୍ କରୋନାରେ ରାଜ୍ୟର ୨୯ ଜିଲ୍ଲାରୁ ୭୩୬ ଜଣଙ୍କର ମୃତ୍ୟୁ ଘଟିଲାଣି। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୧୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ୧୧୦, କଟକରେ ୬୦, ପୁରୀରେ ୪୦, ସୁନ୍ଦରଗଡ଼ରେ ୩୯ ଓ ରାୟଗଡ଼ାରେ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ସମ୍ବଲପୁର ଓ ଗଜପତି ଜିଲ୍ଲାରେ ୨୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି।

ସେହିପରି କୋରାପୁଟ ଜିଲ୍ଲାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମାଲକାନଗିରିରେ ୧୧, ମୟୂରଭଞ୍ଜରେ ୧୭, ନବରଙ୍ଗପୁରରେ , ନୟାଗଡ଼ରେ ୧୯, ସୁବର୍ଣ୍ଣପୁରରେ ୬, ଅନୁଗୋଳରେ ୪, ବାଲେଶ୍ୱରରେ ୨୦, ବରଗଡ଼ରେ ୧୨, ଭଦ୍ରକରେ ୧୨, ବଲାଙ୍ଗିରରେ ୧୭, ବୌଦ୍ଧରେ ଜଣେ, ଢେଙ୍କାଳନାଳରେ ୩, ଜଗତସିଂହପୁରରେ ୭, ଯାଜପୁରରେ ୭, କଳାହାଣ୍ଡିରେ ୭, ଝାରସୁଗୁଡ଼ାରେ ଜଣେ, କନ୍ଧମାଳରେ ୨୦, କେନ୍ଦ୍ରାପଡ଼ାରେ ୫ ଓ କେନ୍ଦୁଝରରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି।

କେବଳ ଦେବଗଡ଼ ଜିଲ୍ଲାରେ କରୋନାରେ କାହାରି ମୃତ୍ୟୁ ଘଟିନାହିଁ। ଏହି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସବୁଠୁ କମ୍ (୫୩୫ ଜଣ) କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦୩ ଜଣ ଚିକିତ୍ସାଧୀନ ଅଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଏଯାବତ୍ ୧,୯୨,୫୪୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧,୫୩,୨୧୩ ଜଣ ସୁସ୍ଥ ହୋଇସାରିଲେଣି। ୩୮,୫୪୬ ଜଣ ଚିକିତ୍ସାଧୀନ ଅଛନ୍ତି।

The post ଆଉ ଏକ ଜିଲ୍ଲାରେ କରୋନାରେ ଗଲା ପ୍ରଥମ ଜୀବନ appeared first on Odisha Reporter.



from Odisha Reporter https://ift.tt/2RQeZxV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages