ରାଜ୍ୟ ଅଭିଭାବକ ମହାସଂଘର ଚେତାବନୀ, ‘କରୋନା ବ୍ୟାପିଲେ କିଏ ଦାୟୀ ରହିବ?’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 10, 2020

ରାଜ୍ୟ ଅଭିଭାବକ ମହାସଂଘର ଚେତାବନୀ, ‘କରୋନା ବ୍ୟାପିଲେ କିଏ ଦାୟୀ ରହିବ?’

ଭୁବନେଶ୍ଵର (ଓଡ଼ିଶା ରିପୋର୍ଟର): ଦେଶରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବିରୋଧ କରିଛି ରାଜ୍ୟ ଅଭିଭାବକ ମହାସଂଘ। ବର୍ତ୍ତମାନ ସ୍କୁଲ ଖୋଲିବା ଦ୍ୱାରା କରୋନା ବ୍ୟାପିକା ଆଶଙ୍କା ରହିଛି। ବିଦେଶରେ ସ୍କୁଲ ଖୋଲିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି। ଯଦି ସ୍କୁଲରେ ଅସାବଧାନତା କାରଣରୁ କରୋନା ବ୍ୟାପେ, ସେଥିପାଇଁ କିଏ ଦାୟୀ ରହିବ ବୋଲି ସଂଘ ପ୍ରଶ୍ନ ଉଠାଇଛି।

କରୋନା ପରିସ୍ଥିତିରେ ଅନଲାଇନ୍ କ୍ଲାସକୁ ଆହୁରି ସୁଦୃଢ କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ ନେବା ନିତ୍ୟାନ୍ତ ଆବଶ୍ୟକ l ଏନେଇ ଛାତ୍ରଛାତ୍ରୀଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବା ଉଚିତ। ତେଣୁ କେନ୍ଦ୍ର ସରକାର ଏହି ଆଦେଶର ପୁନଃବିଚାର କରି ଅଧ୍ୟାଦେଶକୁ ପ୍ରତ୍ୟାହାର କରିବାକୁ ସଂଘ ଦାବି କରିଛି ।

ଆସନ୍ତା ୨୧ ତାରିଖରୁ ଆଂଶିକ ଭାବେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଗ୍ରୀନ୍ ସିଗନାଲ୍ ମିଳିବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏସ୍ଓପି ଜାରି କରିଛି। କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ହିଁ ସ୍କୁଲ ଯିବା ପାଇଁ ଅନୁମତି ଦିଆଯାଇଛି ।

The post ରାଜ୍ୟ ଅଭିଭାବକ ମହାସଂଘର ଚେତାବନୀ, ‘କରୋନା ବ୍ୟାପିଲେ କିଏ ଦାୟୀ ରହିବ?’ appeared first on Odisha Reporter.



from Odisha Reporter https://ift.tt/3k7QB76

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages