ଭୁବନେଶ୍ୱର: ପଞ୍ଚଭୂତରେ ଲୀନ ବର୍ଷୀଆନ୍ ଅଭିନେତା, ନିର୍ଦ୍ଦେଶକ ତଥା ନାଟ୍ୟକାର ଅଜିତ୍ ଦାସ୍। ଭୁବନେଶ୍ୱର ସତ୍ୟନଗର ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି। ମୁଖାଗ୍ନି ଦେଇଥିଲେ ତାଙ୍କ ବଡ଼ ଝିଅ। ସେଠାରେ ଏହି ଦିବଙ୍ଗତ ଲୋକପ୍ରିୟ ଅଭିନେତାଙ୍କୁ ଗାର୍ଡ ଅଫ ଅନର୍ ମଧ୍ୟ ଦିଆଯାଇଥିଲା।
ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା।
୧୯୪୯ଜାନୁଆରୀ ୨୦ ତାରିଖରେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ଜନ୍ମ ହୋଇଥିବା ସ୍ୱର୍ଗତଃ ଦାସ ନ୍ୟାସ୍ନାଲ୍ ସ୍କୁଲ୍ ଅଫ୍ ଡ୍ରାମାରୁ ଅଭିନୟରେ ଡିପ୍ଲୋମା ହାସଲ କରିଥିଲେ। ୧୯୭୬ରେ ପ୍ରଥମେ ‘ସିନ୍ଦୂର ବିନ୍ଦୁ’ ଚଳଚ୍ଚିତ୍ରରୁ ତାଙ୍କ କ୍ୟାରିଅର୍ ଆରମ୍ଭ ହୋଇଥିଲେ। ସେଥିରେ ସେ ଖଳନାୟକ ଭୂମିକାରେ ଆସିଥିଲେ। ତେବେ ପରେ ନାୟକର ସୁଯୋଗ ପାଇ ରାଜ୍ୟ ଚଳଚ୍ଚିତ୍ର ଜଗତରେ ଜଣେ ରୋମାଣ୍ଟିକ୍ ଅଭିନେତାଭାବେ ସେ ତାଙ୍କର ସ୍ୱତନ୍ତ୍ର ଛାପ ଛାଡ଼ି ଯାଇଛିନ୍ତି।
ଏହାପରେ ସେ ‘ଅଭିମାନ’, ‘ଗୌରୀ’, ‘ଗୋଲାମଗିରି’, ‘ଏ ନୁହେଁ କାହାଣୀ’, ‘ଫୁଲଚନ୍ଦନ’, ‘ହାକିମବାବୁ’, ‘ସହରୀବାଘ’, ‘ମମତାର ଡୋରି’, ‘ଏଇ ତ ଦୁନିଆ’, ‘ତୁଣ୍ଡବାଇଦ’, ‘ମୁଁ ତୁମେ ଓ ସେ’ ଏବଂ ‘ଅଭିମନ୍ୟୁ’ ଭଳି ପ୍ରାୟ ୭୦ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।
ତାଙ୍କ ଅଭିନୀତ ‘ହାକିମବାବୁ’ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ଏବଂ ସେହି ଚଳଚ୍ଚିତ୍ର ପାଇଁ ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ପରେ ଓଡ଼ିଶାର ଘରେ ଘରେ ହାକିମ ବାବୁ ଭାବେ ପରିଚିତି ପାଇଥିଲେ। ନିଜେ ‘ଅଜିତ’ ନାମକ ନାଟ୍ୟ ସଂସ୍ଥା ଗଢ଼ିବା ସହ ଉତ୍କଳ ସଙ୍ଗୀତ ନାଟକ ମହାବିଦ୍ୟାଳୟରେ ଅଧ୍ୟାପକ ଭାବେ ରାଜ୍ୟ ସିନେ ଇଣ୍ଡଷ୍ଟ୍ରୀକୁ ବହୁ ପ୍ରତିଭାବାନ କଳାକାର ଭେଟି ଦେଇଥିଲେ।
The post ପଞ୍ଚଭୂତରେ ଲୀନ ହେଲେ ‘ହାକିମ୍ ବାବୁ’ appeared first on Odisha Reporter.
from Odisha Reporter https://ift.tt/3itbFof
No comments:
Post a Comment