କମ୍ ବ୍ୟାକ୍ କଲା ଇଂଲଣ୍ଡ, ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ୧-୧ରେ ବରାବର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 14, 2020

କମ୍ ବ୍ୟାକ୍ କଲା ଇଂଲଣ୍ଡ, ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ୧-୧ରେ ବରାବର୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋମାଞ୍ଚକର ବିଜୟ ସହ ୱିନିଂ ଟ୍ରାକ୍ କୁ କମବ୍ୟାକ୍ କରିଛି ବିଶ୍ୱ ଚାମ୍ପିଅନ୍ ଘରୋଇ ଇଂଲଣ୍ଡ। କଙ୍ଗାରୁ ଦଳକୁ ୨୪ ରନରେ ପରାସ୍ତ କରି ତିନିଟିକିଆ ସିରିଜକୁ ୧-୧ରେ ବରାବର ରଖିଛି। ପ୍ରଭାବୀ ବୋଲିଂ କରି କଙ୍ଗାରୁ ଟପ୍ ଅର୍ଡରକୁ ବିଧ୍ୱସ୍ତ କରିଥିବା ଇଂଲିଶ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ମ୍ୟାନ୍ ଅଫ ଦି ମ୍ୟାଚ୍ ହୋଇଛନ୍ତି।

୨୩୨ ରନର ଛୋଟିଆ ଲକ୍ଷ୍ୟକୁ ପିଛା କରୁଥିବା ଭ୍ରମଣକାରୀ ଦଳ ୧୪୪ ରନରେ ମାତ୍ର ୨ ଓ୍ୱିକେଟ ହରାଇ ଏକଦା ସୁବିଧାଜନକ ସ୍ଥିତିରେ ଥିଲା। ତେବେ ୩୧ତମ ଓଭର ପରଠାରୁ ମ୍ୟାଚର ଗତି ଇଂଲଣ୍ଡ ସପକ୍ଷକୁ ଫେରିଥିଲା। ପର ୩ ଓଭରରେ ୩ ଏବଂ ପରେ ୩୯ତମ ଓଭରେ ଲଗାତର ଦୁଇଟି ଓ୍ୱିକେଟ୍ ହରାଇ ଅଷ୍ଟ୍ରେଲିଆ ବ୍ୟାକ୍ ଫୁଟକୁ ଚାଲି ଯାଇଥିଲା। ଶେଷ ଭାଗରେ ଓ୍ୱିକେଟ୍ କିପର ବ୍ୟାଟସମ୍ୟାନ୍ ଆଲେକ୍ସ କ୍ୟାରୀ ୩୬ରନରେ ଲଢ଼ୁଆ ପାଳି ଖେଳି ଭ୍ରମଣକାରୀ ଶିବିରରେ ବିଜୟର ଆଶା ସଂଚାର କରିଥିଲେ ହେଁ ଆଡିଲ୍ ରସିଦ୍ ତାଙ୍କୁ ୪୯ତମ ଓଭରରେ ଶେଷ ବ୍ୟାଟସମ୍ୟାନ୍ ଭାବେ ଆଉଟ୍ କରି ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ଆରୋନ୍ ଫିଞ୍ଚ୍ ୭୩ ଓ ମାର୍କସ୍ ଲାବୁସାନେ ୪୮ ରନ୍ କରିଥିଲେ। ଇଂଲିଶ ଦଳ ପକ୍ଷରୁ ଓକ୍ସ୍, ଆର୍ଚର୍ ଓ ସାମ୍ କୁରାନ୍ ପ୍ରତ୍ୟେକ ତିନିଟି ଲେଖାଏ ଓ୍ୱିକେଟ୍ ନେଇଥିଲେ।

ପୂର୍ବରୁ ଟସ୍ ଜିତି ବ୍ୟାଟିଂ କରିଥିବା ଘରୋଇ ଦଳ ମଧ୍ୟ ବିପର୍ଯ୍ୟୟର ଶିକାର ହୋଇଥିଲେ। ତେବେ ମଧ୍ୟକ୍ରମରେ ଜୋ ରୁଟ୍, ଅଧିନାୟକ ଇଅନ ମୋର୍ଗାନ୍ ଏବଂ ଶେଷ ଭାଗରେ କ୍ରିସ୍ ଓକ୍ସ, ଟମ୍ କୁରାନ୍ ଓ ଆଡିଲ୍ ରସିଦଙ୍କ ଲଢୁଆ ବ୍ୟାଟିଂ ଯୋଗୁ ଇଂଲଣ୍ଡ ୯ ଓ୍ୱିକେଟ୍ ହରାଇ ୨୩୧ ରନ କରିଥଲା। ଦଳ ପକ୍ଷରୁ ଜାସନ ରାୟ ୨୧, ଜୋ ରୁଟ୍ ୩୯, ଇଅନ ମୋର୍ଗାନ୍ ୪୨, କ୍ରିସ ଓକ୍ସ ୨୬, ଟମ୍ କୁରାନ୍ ୩୭ ଏବଂ ଆଡିଲ ରସିଦ୍ ୩୫ ରନ୍ କରିଥିଲେ।

The post କମ୍ ବ୍ୟାକ୍ କଲା ଇଂଲଣ୍ଡ, ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍ ୧-୧ରେ ବରାବର୍ appeared first on Odisha Reporter.



from Odisha Reporter https://ift.tt/2RsCMDG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages