ଆଜି ବସିବ କଂଗ୍ରେସ ଓ ଶାସକ ବିଜେଡିର ବିଧାୟକ ଦଳ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 28, 2020

ଆଜି ବସିବ କଂଗ୍ରେସ ଓ ଶାସକ ବିଜେଡିର ବିଧାୟକ ଦଳ ବୈଠକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭା ଅଧିବେଶନ ପୂର୍ବରୁ ଆଜି ଅପରାହ୍ଣରେ ବସିବ କଂଗ୍ରେସ ଓ ଶାସକ ବିଜେଡିର ବିଧାୟକ ଦଳ ବୈଠକ।
ପୂର୍ବରୁ ବିଜେପି ବିଧାୟକ ଦଳ ବୈଠକ ବସି ଏଥର ଅଧିବେଶନରେ ଦଳ କି କି ପ୍ରସଙ୍ଗ ଉଠାଇବ ସେନେଇ ରଣନୀତି ପ୍ରସ୍ତୁତ କରିଥିବା ବେଳେ ଆଜି କଂଗ୍ରେସ ବିଧାୟକ ମଧ୍ୟ ଏନେଇ ଆଲୋଚନା କରିବେ।

ତେବେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ସମର୍ଥନ କରିଥିବାରୁ କଂଗ୍ରେସ ଏନେଇ ବିଧାନସଭାରେ ରାଜ୍ୟ ସରକାରଙ୍କୁ ଘେରିବ। ଏହାଛଡ଼ା ରାଜ୍ୟରେ କୋଭିଡ-୧୯ ପରିଚାଳନାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବା, ବନ୍ୟା ସମୟରେ ପ୍ରଭାବିତଙ୍କ ପାଖରେ ସୁବିଧା ସୁଯୋଗ ପହଞ୍ଚି ନ ପାରିବା, ନାରୀ ନିର୍ଯାତନା, ଆଇନଶୃଙ୍ଖଳା
ବିପର୍ଯ୍ୟସ୍ତ, ମାସ୍କ କିଣା ଦୁର୍ନୀତି ଓ ଚାଷୀ ସମସ୍ୟାକୁ ବି କଂଗ୍ରେସ ପ୍ରସଙ୍ଗ କରିବ ବୋଲି କୁହାଯାଉଛି।

ସେପଟେ ବିରୋଧୀଙ୍କ ମୁକାବିଲା ନେଇ ଆଜିର ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରିବ ଶାସକ ବିଜେଡି। ଏହାଛଡ଼ା ପୂର୍ବରୁ ପଡ଼ି ରହିଥିବା ୧୨ଟି ଅଧ୍ୟାଦେଶକୁ ସରକାର ଏହି ଅଧିବେଶନରେ ପାର୍ କରାଇବାକୁ ଯୋଜନା କରୁଛନ୍ତି। ଏଣୁ ଏନେଇ ମଧ୍ୟ ଆଜିର ବୈଠକରେ ଆଲୋଚନା ହୋଇପାରେ।

The post ଆଜି ବସିବ କଂଗ୍ରେସ ଓ ଶାସକ ବିଜେଡିର ବିଧାୟକ ଦଳ ବୈଠକ appeared first on Odisha Reporter.



from Odisha Reporter https://ift.tt/2FWo9qp

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages