କୃଷି ବିଲ୍ ବିରୋଧରେ ଛତିଶଗଡ ବିଧାନସଭାରେ ଆସିବ ପ୍ରସ୍ତାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 27, 2020

କୃଷି ବିଲ୍ ବିରୋଧରେ ଛତିଶଗଡ ବିଧାନସଭାରେ ଆସିବ ପ୍ରସ୍ତାବ

ରାୟପୁର: ସଂସଦରେ ପାରିତ ହୋଇଥିବା କୃଷି ବିଲ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହସ୍ତାକ୍ଷର ପରେ ଆଇନରେ ପରିଣତ ହୋଇଛି। ଏବେ ଏହି ବିଲକୁ ବିରାେଧ କରି ବିଧାନସଭାରେ ଏକ ପ୍ରସ୍ତାବ ଆଣିବେ ଛତିଶଗଡ ସରକାର। ଏ ନେଇ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କହିଛନ୍ତି। ରାଜ୍ୟସଭାର ପରବର୍ତ୍ତୀ ଅଧିବେଶନରେ ଏଭଳି ପ୍ରସ୍ତାବ ଆସିବ ବୋଲି ସେ କହିଛନ୍ତି। ଆବଶ୍ୟକ ପଡ଼ିଲେ କୋର୍ଟରେ ଏହି ବିଲକୁ ଚ୍ୟାଲେଞ୍ଜ କରାଯିବ ବୋଲି ସେ କହିଛନ୍ତି।

ବାଭେଲ କେନ୍ଦ୍ର ସରକାରଙ୍କ ଏହି ବିଲକୁ ନେଇ କହିଛନ୍ତି, କଣ୍ଟ୍ରାକ୍ଟ ଫାର୍ମି ଜରିଆରେ ସରକାର କର୍ପୋରେଟ୍ ହାଉସକୁ ପରୋକ୍ଷରେ ଚାଷୀଙ୍କୁ। ତେଣୁ ସରକାର ସଂସଦରେ ବାଚନିକା ଭୋଟ୍ ମାଧ୍ୟମରେ ବିଲ୍ ପାରିତ କରିଛି। ଦେଶ ଯେତେବେଳେ କରୋନା ଏବଂ ସୁଶାନ୍ତ ସିଂ ମତ୍ୟୁ ମାମଲାକୁ ନେଇ ଉତ୍ସୁକତା ଦେଖାଇଛି। ଦେଶର ମିଡିଆ ମଧ୍ୟ ସୁଶାନ୍ତ ମାମଲାକୁ ଅଧିକ ପ୍ରସଙ୍ଗ କରିଛି। ଏହି ସମୟରେ କେନ୍ଦ୍ର ସରକାର ସଂସଦରେ ଏହି ବିଲକୁ ଆଣି ଚାଷୀଙ୍କୁ କର୍ପୋରେଟ୍ ହାତକୁ ଟେକି ଦେଇଛି ବୋଲି ସେ କହିଛନ୍ତି।

ରାଜ୍ୟର କୃଷି ଉପରେ ଆଇନ ପ୍ରଣୟନ କରିବାର କ୍ଷମତା କେନ୍ଦ୍ରର ନାହିଁ। ଲୋକସଭାରେ ପାରିତ ହୋଇଥିବା ତିନୋଟି କୃଷି ବିଲ୍ ଅସାମ୍ବିଧାନିକ ଏବଂ ସଂଘୀୟ ବ୍ୟବସ୍ଥାର ଉଲ୍ଲଂଘନ। ଶାନ୍ତା କୁମାର କମିଟିର ରିପୋର୍ଟ ଆଧାରରେ ଏହି ବିଲ୍ ପ୍ରସ୍ତୁତ କରାଯାଇଛି। ଯାହାକି ଚାଷୀ ବିରୋଧୀ ବାେଲି ସେ କହିଛନ୍ତି।

ସେହିପରି ସଂସଦରେ ପାରିତ ହୋଇଥିବା ଶ୍ରମ ସଂସ୍କାର ବିଲ୍ ଶ୍ରମିକମାନଙ୍କ ସ୍ୱାର୍ଥରେ ନୁହେଁ ବୋଲି ସେ କହିଛନ୍ତି।

The post କୃଷି ବିଲ୍ ବିରୋଧରେ ଛତିଶଗଡ ବିଧାନସଭାରେ ଆସିବ ପ୍ରସ୍ତାବ appeared first on Odisha Reporter.



from Odisha Reporter https://ift.tt/3i9Q03d

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages