ନୂଆଦିଲ୍ଲୀ: ଅକ୍ଟୋବର ଚାରି ତାରିଖରେ ରହିଛି ୟୁପିଏସସି ୨୦୨୦ର ପ୍ରଲିମ୍ ପରୀକ୍ଷା। କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧି୍କ ବ୍ୟାପୁଛି। ତେଣୁ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଛି। ଏହାକୁ ନେଇ ୟୁପିଏସସି ସୋମବାର ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି ଯେ ସିଭିଲ ସର୍ଭିସ ପ୍ରିଲିମସ୍ ପରୀକ୍ଷା ୨୦୨୦କୁ ଏବେ ସ୍ଥଗିତ ରଖିବା ଅସମ୍ଭବ। କାରଣ ପରୀକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ହୋଇସାରିଛି।
ଏହି ମାମଲାରେ ଗତ ସପ୍ତାହରେ ଶୁଣାଣି ବେଳେ ଜଷ୍ଟିସ୍ ଏମ୍ ଖାନୱିଲକରଙ୍କ ନେତୃତ୍ୱରେ ଏକ ତିନି ଜଣିଆ ବେଞ୍ଚ ୟୁପିଏସ୍ସିକୁ ସତ୍ୟପାଠ ଦାଖଲ କରିବାକୁ କହିବା ସହିତ ପରୀକ୍ଷା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ଦାଖଲ କରିବାକୁ କହିଥିଲେ।
ଆଜି ୟୁପିଏସସି ସତ୍ୟପାଠ ଦାଖଲ କରିବା ପରେ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ୱର ୩୦ରେ କରିବେ ବୋଲି କହିଛନ୍ତି।
The post ପରୀକ୍ଷା ଟାଳିବା ଅସମ୍ଭବ, ୩୦ରେ ପରବର୍ତ୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ appeared first on Odisha Reporter.
from Odisha Reporter https://ift.tt/30e7bKY
No comments:
Post a Comment