ନ୍ୟୁୟର୍କ: ୨୦୨୦ରେ ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ଶହେ ଲୋକଙ୍କ ତାଲିକା ପ୍ରକାଶ କରିଛି ଆମେରିକାର ଟାଇମ୍ ମାଗାଜିନ। ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ଥାନ ପାଇଛନ୍ତି। ଏହାବାଦ୍ ଚୀନ୍ ରାଷ୍ଟ୍ରପତି ସି ଜିନ ପିଙ୍ଗ୍, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସ୍ଥାନ ପାଇଛନ୍ତି। ସବୁଠାରୁ ବଡ଼ କଥା ହେଲା ଏହି ତାଲିକାରେ ତାଇୱାନ ଭଳି ଛୋଟିଆ ଦେଶର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ସ୍ଥାନ ପାଇଛନ୍ତି।
ତେବେ ଭାରତୀୟ କିମ୍ବା ଭାରତୀୟ ବଂଶୋଦ୍ଭବଙ୍କ ବିଷୟରେ କହିବାକୁ ଗଲେ ଏହି ତାଲିକାରେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ, ବଲିଉଡ କଳାକାର ଆୟୁଷ୍ମାନ ଖୁରାନା, ଏଚ୍.ଆଇ.ଭି ଗେବଷକ ରବିନ୍ଦ୍ର ଗୁପ୍ତା, ଆମେରିକାର ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍ ମଧ୍ୟ ସାମିଲ୍ ଅଛନ୍ତି। କେବଳ ଏତିକି ନୁହେଁ, ଶାହିନ୍ ବାଗ ପ୍ରଦର୍ଶନର ଅଂଶ ହୋଇଥିବା ବିଲକିସ୍ ବାନୋ ଦାଦି ବା ଦବଙ୍ଗ ଦାଦି ମଧ୍ୟ ଏହି ତାଲିକାରେ ଅନ୍ତର୍ଭୁକ୍ତ।
ସେହିପରି ଆମେରିକାର ସଂକ୍ରମକ ରୋଗ ବିଶେଷଜ୍ଞ ଆନ୍ଥୋନୀ ଫୋସି ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏହା ବ୍ୟତୀତ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ, ଜର୍ମାନୀର ଚାନସେଲର ଆଞ୍ଜେଲା ମର୍କେଲଙ୍କ ନାମ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛି।
ସୂଚନାଯୋଗ୍ୟ, ଆମେରିକାରୁ ପ୍ରକାଶିତ ହେଉଥିବା ଏହି ଟାଇମ୍ ମାଗାଜିନ ୨୦୧୯ରେ ମଧ୍ୟ ପ୍ରଭାବଶାଳୀ ନେତା ତାଲିକାରେ ସ୍ଥାନ ଦେଇଥିଲା। ପିଏମ୍ ମୋଦିଙ୍କୁ ‘ବିଭାଜନକାରୀ’ ଭାବରେ ମଧ୍ୟ ଏହି ପତ୍ରିକା କହିଥିଲା। ଏହାକୁ ନେଇ ବିବାଦ ବଢ଼ିବା ପରେ ଆଉ ଏକ ଆର୍ଟିକିଲ ସଂପୃକ୍ତ ମାଗାଜିନ ପକ୍ଷରୁ ଲେଖାଯାଇଥିଲା ଯେଉଁଥିରେ ମୋଦିଙ୍କୁ ଜଣେ ସଂଯୋଗକାରୀ ବୋଲି କୁହାଯାଇଥିଲା।
The post ବିଶ୍ୱର ଶହେ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି appeared first on Odisha Reporter.
from Odisha Reporter https://ift.tt/2FSb1Cx
No comments:
Post a Comment