ସୁଶାନ୍ତଙ୍କ ନାଁରେ ଅଭିଯୋଗ ଆଣିଲେ ରିଆ, କହିଲେ- ଫାଇଦା ଉଠାଉ ଥିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 23, 2020

ସୁଶାନ୍ତଙ୍କ ନାଁରେ ଅଭିଯୋଗ ଆଣିଲେ ରିଆ, କହିଲେ- ଫାଇଦା ଉଠାଉ ଥିଲେ

ମୁମ୍ବାଇ: ‘ସୁଶାନ୍ତ ସିଂହ ରାଜପୁତ ତାଙ୍କ ଡ୍ରଗ୍ସ ସେବନ ଅଭ୍ୟାସକୁ ବଜାୟ ରଖିବା ପାଇଁ ନିଜ ଘନିଷ୍ଠ ଲୋକଙ୍କ ଠାରୁ ଫାଇଦା ଉଠାଉଥିଲେ।’ ତାଙ୍କ ଗର୍ଲଫ୍ରେଣ୍ଡ ତଥା ଡ୍ରଗ୍ସ ଲିଙ୍କ୍ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଏହି ଅଭିଯୋଗ କରିଛନ୍ତି।

‘ଏନ୍‌ଡିଟିଭି’ ୱେବ୍‌ସାଇଟ୍‌ରେ ପ୍ରକାଶିତ ଏକ ଖବର ଅନୁଯାୟୀ, ରିଆ ବମ୍ବେ ହାଇକୋର୍ଟରେ କରିଥିବା ଜାମିନ୍ ଆବେଦନରେ ଏହି ଅଭିଯୋଗ କରିଛନ୍ତି। ତା’ସହିତ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ପାଖରେ ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି ବି ସେ ଉଲ୍ଲେଖ କରିଛନ୍ତି। ଏନ୍‌ସିବି କେବଳ ଏକ ଆକ୍ରୋଶମୂଳକ ଅଭିଯାନରେ ତାଙ୍କୁ ଗିରଫ କରିଥିବା ସେ ଅଭିଯୋଗ କରିଛନ୍ତି।

ସେହିଭଳି ‘ଦି ଟାଇମ୍‌ସ ଅଫ୍ ଇଣ୍ଡିଆ’ ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଥିବା ଏକ ଖବରରେ କୁହାଯାଇଛି, ରିଆଙ୍କ ଜାମିନ୍ ଆବେଦନରେ ଉଲ୍ଲେଖ କରାଯାଇଛି ଯେ ସେ ଡ୍ରଗ୍ସ ନିଶାରେ ପଡ଼ିଯାଇଥିଲେ। ସେ ଗଞ୍ଜେଇ ସେବନ କରୁଥିଲେ। ରିଆଙ୍କ ସଂସ୍ପର୍ଶରେ ଆସିବା ପୂର୍ବରୁ ସେ ଡ୍ରଗ୍ସ ସେବନ କରୁଥିଲେ।

ଏଥିରେ ଆହୁରି ମଧ୍ୟ ଉଲ୍ଲେଖ ରହିଛି ଯେ ବେଳବେଳେ ରିଆ ତାଙ୍କ (ସୁଶାନ୍ତଙ୍କ) ପାଇଁ ଅଳ୍ପ ପରିମାଣର ଡ୍ରଗ୍ସ ଯୋଗାଡ଼ କରୁଥିଲେ। ପୁଣି କେବେ କେମିତି ଏଥିପାଇଁ ନଜେ ପଇସା ବି ଦେଉଥିଲେ। କିନ୍ତୁ ସେ କୌଣସି ଡ୍ରଗ୍ସ ସିଣ୍ଡିକେଟ୍‌ରେ ସାମିଲ ନାହାନ୍ତି।

ସୂଚନାଯୋଗ୍ୟ, ବମ୍ବେ ହାଇକୋର୍ଟରେ ଆଜି ରିଆ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନର ଶୁଣାଣି ହେବାର ଥିଲା। କିନ୍ତୁ ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ଏହାକୁ ଆସନ୍ତାକାଲିକୁ ଘୁଞ୍ଚାଇ ଦିଆଯାଇଛି।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍ ନେଇ ତଦନ୍ତ କରୁଥିବା ଏନ୍‌ସିବି ମାରାଥନ୍ ଜେରା ପରେ ଗତ ସେପ୍ଟେମ୍ବର ୮ ତାରିଖରେ ରିଆଙ୍କୁ ଗିରଫ କରିଥିଲା। ତା’ପରେ ତାଙ୍କୁ ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ଗତକାଲି ଏହି ଅବଧି ସରିବା ପରେ ମୁମ୍ବାଇର ଏକ ତଳ କୋର୍ଟ ତାଙ୍କୁ ଅକ୍ଟୋବର ୬ ପର୍ଯ୍ୟନ୍ତ ଜେଲ୍‌ରେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ରିଆ ଡ୍ରଗ୍ସ କିଣି ସୁଶାନ୍ତଙ୍କୁ ଯୋଗାଇ ଦେଉଥିଲେ ବୋଲି ଏନ୍‌ସିବି ପକ୍ଷରୁ କୁହାଯାଇଛି। ତେବେ ସେ ନିଜେ ଡ୍ରଗ୍ସ ସେବନ କରନ୍ତି ନାହିଁ ବୋଲି କହିଥିବା ଜଣାପଡ଼ିଛି।

The post ସୁଶାନ୍ତଙ୍କ ନାଁରେ ଅଭିଯୋଗ ଆଣିଲେ ରିଆ, କହିଲେ- ଫାଇଦା ଉଠାଉ ଥିଲେ appeared first on Odisha Reporter.



from Odisha Reporter https://ift.tt/2HfFdaX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages