ଗଞ୍ଜାମରେ ଶହେ ତଳକୁ ଖସିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 4, 2020

ଗଞ୍ଜାମରେ ଶହେ ତଳକୁ ଖସିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟର ଗତକାଲିର ଅର୍ଥାତ୍ ସେପ୍ଟେମ୍ବର ୩ ତାରିଖର କୋଭିଡ୍-୧୯ ରିପୋର୍ଟ ଆଜି ଆସିଛି। ଏଥିରେ ଗୋଟିଏ ଦିନରେ ଖୋର୍ଦ୍ଧା ଜିଲ୍ଲାରେ ରେକର୍ଡ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରେ ଲଗାତାର ଦୁଇ ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଉପରେ ରହିଥିବା ବେଳେ ଆଜି ଆସିଥିବା ରିପୋର୍ଟରେ ଏହି ସଂଖ୍ୟା ୮୦୦ ଅତିକ୍ରମ କରିଯାଇଛି। ଗୋଟିଏ ଦିନରେ ଜିଲ୍ଲାରୁ ୮୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅନ୍ୟପକ୍ଷରେ ବେଶ୍ କିଛି ଦିନ ହେଲାଣି କେବଳ ଖୋର୍ଦ୍ଧା ନୁହେଁ, ଅନ୍ୟ ଜିଲ୍ଲା ତୁଳନାରେ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହୁଛି। ଆଜି ଆସିଥିବା ରିପୋର୍ଟରେ ଏହି ସଂଖ୍ୟା ୧୦୦ ତଳକୁ ଖସି ଯାଇଛି। ଏଠାରୁ ୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଆସିଥିବା ରିପୋର୍ଟରେ ଜିଲ୍ଲାରେ ଏହି ସଂଖ୍ୟା ୧୦୭ ରହିଥିଲା। ସେହିପରି ତା’ପୂର୍ବଦିନ ଆସିଥିବା ରିପୋର୍ଟରେ ଜିଲ୍ଲାରେ ୧୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୬,୬୭୮ରେ ପହଞ୍ଚିଥିବା ବେଳେ ୮୭,୩୫୧ ସୁସ୍ଥ ହୋଇସାରିଲେଣି। ୨୮,୭୪୩ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ୫୩୧ ଜଣଙ୍କର ମୃତ୍ୟୁ ହୋଇସାରିଲାଣି।

The post ଗଞ୍ଜାମରେ ଶହେ ତଳକୁ ଖସିଲା appeared first on Odisha Reporter.



from Odisha Reporter https://ift.tt/2GuW2hR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages