ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଗଞ୍ଜାମ ଜିଲ୍ଲାକୁ ଟପି ଯାଇଛି ଖୋର୍ଦ୍ଧା। ଗୋଟିଏ ଦିନରେ ୮୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହିତ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯, ୭୪୦ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୧୨,୪୫୫ ଜଣ ସୁସ୍ଥ ହୋଇସାରିଛନ୍ତି। ୭,୨୦୩ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଖୋର୍ଦ୍ଧାରେ ୭୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ବି ଘଟିଛି। ତା’ସହିତ ଜିଲ୍ଲାରେ ଆଉ ୧୦ କରୋନା ଆକ୍ରାନ୍ତଙ୍କର ଅନ୍ୟାନ୍ୟ କାରଣରୁ ମୃତ୍ୟୁ ଘଟିଛି।
ଅନ୍ୟପକ୍ଷରେ ଆଜି ଆସିଥିବା ରିପୋର୍ଟରେ ଗଞ୍ଜାମ ଜିଲ୍ଲାରେ ମାତ୍ର ୯୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ସହିତ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮,୪୨୨ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୭,୧୬୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ୧୦୭୩ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଜିଲ୍ଲାରେ କରୋନାରେ ୧୯୯ ଜଣଙ୍କ ମୃତ୍ୟୁ ଘଟିଛି, ଯାହା ରାଜ୍ୟରେ ସର୍ବାଧିକ। ଏଠାରେ ଆଉ ୮ କରୋନା ଆକ୍ରାନ୍ତଙ୍କର ଅନ୍ୟାନ୍ୟ କାରଣରୁ ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୬,୬୭୮ରେ ପହଞ୍ଚିଥିବା ବେଳେ ୮୭,୩୫୧ ସୁସ୍ଥ ହୋଇସାରିଲେଣି। ୨୮,୭୪୩ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ୫୩୧ ଜଣଙ୍କର ମୃତ୍ୟୁ ହୋଇସାରିଲାଣି।
The post କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ଗଞ୍ଜାମକୁ ଟପିଲା ଖୋର୍ଦ୍ଧା appeared first on Odisha Reporter.
from Odisha Reporter https://ift.tt/2QPxS3A
No comments:
Post a Comment