ରାଜ୍ୟରେ ଆଖି ବୁଜିଲେ ଆଉ ୯ କରୋନା ଆକ୍ରାନ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 3, 2020

ରାଜ୍ୟରେ ଆଖି ବୁଜିଲେ ଆଉ ୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଖି ବୁଜିଲେ ଆଉ ୯  କରୋନା ଆକ୍ରାନ୍ତ ।  ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୩୧ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୫ଟି ଜିଲ୍ଲାରେ ଏହି ୯ ଜଣଙ୍କ ମୃତ୍ୟୁ ଘଟିଛି। ବଲାଙ୍ଗିରରୁ ୨ ଜଣ ଚିହ୍ନଟ ହୋଇଥିବା ବେଳେ କଟକ, ଗଞ୍ଜାମ ଓ ଖୋର୍ଦ୍ଧାରୁ ମଧ୍ୟ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିପରି ରାୟଗଡ଼ାରୁ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।


ଏହା ସହିତ ବଲାଙ୍ଗିରରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚି ଯାଇଛି। ସେହିପରି କଟକରେ ଏହି ସଂଖ୍ୟା ୩୬ରେ ପହଞ୍ଚିଥିବା ବେଳେ ଗଞ୍ଜମରେ ୧୯୯ ଓ ଖୋର୍ଦ୍ଧାରେ ୭୨ରେ ପହଞ୍ଚିଯାଇଛି। ରାୟଗଡ଼ାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି।


ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୧୬,୬୭୮ରେ ପହଞ୍ଚିଥିବା ବେଳେ ୮୭,୩୫୧ ସୁସ୍ଥ ହୋଇସାରିଲେଣି। ୨୮,୭୪୩ ଜଣ ଚିକିତ୍ସାଧୀନ ଅଛନ୍ତି।

The post ରାଜ୍ୟରେ ଆଖି ବୁଜିଲେ ଆଉ ୯ କରୋନା ଆକ୍ରାନ୍ତ appeared first on Odisha Reporter.



from Odisha Reporter https://ift.tt/3lRYkrk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages