ଏଜିଆର ମାମଲା: ଟେଲିକମ କମ୍ପାନୀଙ୍କୁ ଆଶ୍ୱସ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 1, 2020

ଏଜିଆର ମାମଲା: ଟେଲିକମ କମ୍ପାନୀଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ଆଡଜଷ୍ଟେଡ୍ ଗ୍ରୋସ୍ ରେଭିନ୍ୟୁ (ଏଜିଆର) ମାମଲାରେ ବକେୟା ପଇସା ଦେବା ପାଇଁ ଟେଲିକମ୍ କମ୍ପାନୀକୁ ଆଶ୍ୱସ୍ତି ଦେଇଛି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ବକେୟା ଟଙ୍କା ପୈଠ ଅବଧିକୁ ବୃଦ୍ଧି କରିଛନ୍ତି ସର୍ବୋଚ୍ଚ କୋର୍ଟ। ସୁପ୍ରିମକୋର୍ଟ କହିଛନ୍ତି ଯେ ଟେଲିକମ କମ୍ପାନୀଙ୍କୁ ଦଶ ପ୍ରତିଶତ ବକେୟା ୩୧ ମାର୍ଚ୍ଚ ୨୦୨୧ ସୁଦ୍ଧା ଦେବାକୁ ପଡିବ। ଏଥି ସହିତ ସୁପ୍ରିମକୋର୍ଟ ପୁରା ଦେୟ ସମାଧାନ ପାଇଁ ୧୦ ବର୍ଷ ସମୟ ଦେଇଛନ୍ତି।

ଜଷ୍ଟିସ ଅରୁଣ ମିଶ୍ର ଏହି ମାମଲାର ଶୁଣାଣି କରିଥିଲେ। ସେ କହିଛନ୍ତି ଯେ କରୋନା ଭାଇରସ୍ ମହାମାରୀ ପାଇଁ ସୁପ୍ରିମକୋର୍ଟ ଅବଧି ବଢ଼ାଇଛନ୍ତି। ଯଦି ସଂପୃକ୍ତ ଟେଲିକମ କମ୍ପାନୀ ଏହି ଅବଧି ଭିତରେ ବକେୟା ଟଙ୍କା ନଦେବେ ତା’ହେଲେ ଅଦାଲତ ଅବମାନନା ବୋଲି ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି।

ଏଜିଆର ବିବାଦ କ’ଣ?

ଏଜିଆର ହେଉଛି ସ୍ପେକ୍ଟ୍ରମ୍ ବ୍ୟବହାର ଚାର୍ଜ ଏବଂ ଲାଇସେନ୍ସ ଦେୟ। ଏବେ ଏହି ଟଙ୍କା ବାକି ରଖିଛନ୍ତି ଟେଲିକମ କମ୍ପାନୀ। ସରକାର ଏଜିଆର ପଇସା ମାଗିବା ପରେ ଏହାକୁ ବିରୋଧ କରି ଟେଲିକମ୍ କମ୍ପାନୀ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ। କିନ୍ତୁ ତା’ପରେ ସରକାରଙ୍କ ଦାବିକୁ କୋର୍ଟ ମଧ୍ୟ କାଏମ ରଖିଛନ୍ତି।

ସୁପ୍ରିମକୋର୍ଟ, ୨୪ ଅକ୍ଟୋବର, ୨୦୧୯ରେ ଟେଲିକମ୍ କମ୍ପାନୀଗୁଡ଼ିକୁ ୨୩ ଜାନୁୟାରୀ ୨୦୨୦ ପର୍ଯ୍ୟନ୍ତ ଅନୁମତି ଦେଇଥିଲେ। ରିଲାଏନ୍ସ ଜିଓ ଏହି ସମୟସୀମା ଉପରେ ଦେୟ ଦେଇଥିଲା, କିନ୍ତୁ ଅନ୍ୟ ଟେଲିକମ୍ କମ୍ପାନୀ ପୁଣି ଥରେ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇ ସ୍ଥଗିତ ରଖିବାକୁ ଦାବି କରିଥିଲେ। ଫେବୃଆରୀ ମାସରେ ସୁପ୍ରିମକୋର୍ଟ ଟେଲିକମ୍ କମ୍ପାନୀମାନଙ୍କୁ କହିଥିଲେ ଯେ ସେମାନେ ସଂଶୋଧିତ ମୋଟ ରାଜସ୍ୱର ଦେୟ ଦେବାକୁ କୌଣସି ସମୟ ପାଇପାରିବେ ନାହିଁ।

The post ଏଜିଆର ମାମଲା: ଟେଲିକମ କମ୍ପାନୀଙ୍କୁ ଆଶ୍ୱସ୍ତି appeared first on Odisha Reporter.



from Odisha Reporter https://ift.tt/3lBSSsK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages