ରିଆଙ୍କ ଘରେ ଏନ୍‌ସିବିର ଚଢ଼ାଉ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 3, 2020

ରିଆଙ୍କ ଘରେ ଏନ୍‌ସିବିର ଚଢ଼ାଉ

ମୁମ୍ବାଇ: ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ମୁମ୍ବାଇ ସ୍ଥିତ ଘରେ ଆଜି ନାର୍କୋଟିକ୍ କଣ୍ଟ୍ରୋଲ୍‌ ବ୍ୟୁରୋ (NCB) ପକ୍ଷରୁ ଚଢ଼ାଉ କରାଯାଇଛି। ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲରେ ଡ୍ରଗ୍ସ ଲିଙ୍କର ଖୋଳତାଡ଼ କରୁଛି ଏନ୍‌ସିବି। କିଛି ଦିନର ତଦନ୍ତ ପରେ ଆଜି ଏନ୍‌ସିବି ରିଆଙ୍କ ଘରେ ଚଢ଼ାଉ କରିଛି। ଡ୍ରଗ୍ ଡିଲର ଜୈଦ୍ ଭିଲାତ୍ରା ଓ ରିଆଙ୍କ ଭାଇ ସୌଭିକଙ୍କ ମଧ୍ୟରେ ଯୋଗାଯୋଗ ଥିବା ଅଭିଯୋଗ ହୋଇଛନ୍ତି। ଜୈଦ୍‌ଙ୍କୁ ଗିରଫ କରାଯାଇଛି।

ଅନ୍ୟପକ୍ଷରେ ଏନ୍‌ସିବିର ଆଉ ଏକ ଟିମ୍ ସୁଶାନ୍ତ ସିଂହ ରାଜପୁତଙ୍କ ହାଉସ୍ ମ୍ୟାନେଜର ଥିବା ସାମୁଏଲ୍ ମିରାଣ୍ଡାଙ୍କ ଘରେ ଚଢ଼ାଉ କରିଛି। କୁହାଯାଉଛି, ସୌଭିକଙ୍କ ଭଳି ଜୈଦ୍ ଭିଲାତ୍ରା ସହିତ ସାମୁଏଲ ମଧ୍ୟ ଯୋଗାଯୋଗରେ ଥିଲେ। ଅବଦେଲ୍ ବାସିତ୍ ପରିହାର ନାମକ ଜଣେ ଯୁବକଙ୍କ ମାଧ୍ୟମରେ ଜୈଦ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ ସୌଭିକ ଓ ସାମୁଏଲ୍‌।

ଅନ୍ୟପକ୍ଷରେ ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ରିଆ ଚକ୍ରବର୍ତ୍ତୀ କହିଥିଲେ ଯେ ସେ ତାଙ୍କ ଜୀବନରେ କେବେ ବି ଡ୍ରଗ୍ସ ସେବନ କରି ନାହାନ୍ତି। ଏମିତିକି ସେ ସୁଶାନ୍ତଙ୍କୁ ଗଞ୍ଜେଇ ସେବନ ନ କରିବାକୁ ମଧ୍ୟ ଅନୁରୋଧ କରିଥିବା କହିଥିଲେ।

ସୂଚନାଯୋଗ୍ୟ, ଜୁନ୍ ୧୪ ତାରିଖରେ ବାନ୍ଦ୍ରା ସ୍ଥିତ ଘରୁ ସୁଶାନ୍ତ ସିଂହ ରାଜପୁତଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାର ତଦନ୍ତ ଏବେ ସିବିଆଇ କରୁଛି। ତା’ସହିତ ଏହି ଘଟଣାରେ ଟଙ୍କା ହଡ଼ପ ଓ ଡ୍ରଗ୍ସ ଲିଙ୍କ ଅଭିଯୋଗର ତଦନ୍ତ ଯଥାକ୍ରମେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଏନ୍‌ସିବି କରୁଛନ୍ତି।

The post ରିଆଙ୍କ ଘରେ ଏନ୍‌ସିବିର ଚଢ଼ାଉ appeared first on Odisha Reporter.



from Odisha Reporter https://ift.tt/3jGOs1Z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages