ଗଣେଶ ଭସାଣିକୁ ନେଇ ବିବାଦ, ଯୁବକଙ୍କୁ ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 3, 2020

ଗଣେଶ ଭସାଣିକୁ ନେଇ ବିବାଦ, ଯୁବକଙ୍କୁ ମାରିଦେଲେ

ଆସିକା(ମନୋଜ ମୁନି): ଗଣେଶ ମୂର୍ତ୍ତି ବିସର୍ଜନକୁ ନେଇ ଲାଗି ରହିଥିବା ତିକ୍ତତା ଶେଷରେ ରକ୍ତାକ୍ତ ସଂଘର୍ଷର ରୂପ ନେଲା। ଫଳରେ ଆକ୍ରମଣର ଶିକାର ହୋଇ ଆଖି ବୁଜିଲେ ଜଣେ ୨୦ ବର୍ଷର ଯୁବକ। ଏପରି ଅଭାବନୀୟ କାଣ୍ଡ ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ନଲବଣ୍ଟା ଗ୍ରାମର କୋଳି ସାହିରେ ଗତକାଲି ବିଳମ୍ବିତ ରାତିରେ ଘଟିଛି। ମୃତ ଯୁବକ ହେଲେ ନାଗା ଗୌଡ଼।

ଗଣେଶ ମୂର୍ତ୍ତି ବିସର୍ଜନକୁ ନେଇ ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ କାଲି ଏହା ସଂଘର୍ଷରେ ପରିଣତ ହେଲା।  କାଲି ରାତି ପ୍ରାୟ ୧୦ଟା  ବେଳେ ନାଗାଙ୍କର ଅପର ଗୋଷ୍ଠୀ ସହ କଥା କଟାକଟି ହୋଇଥିଲା। ଫଳରେ ଅପର ଗୋଷ୍ଠୀର ୪ ଯୁବକ ମିଳିତ ଭାବେ ନାଗାଙ୍କୁ ଆକ୍ରମଣ କରିଥିଲେ। ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଯୋଗୁ ଘଟଣାସ୍ଥଳରେ ତାଙ୍କ ମୁତ୍ୟୁ ଘଟିଥିଲା l

ଖବର ପାଇଁ ଆସିକା SDPO ଓ ଆସିକା ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି l ଏହି ଘଟଣାରେ ପୁଲିସ୍‌ ୪ ଯୁବକଙ୍କୁ ଅଟକ ରଖିଛି।

The post ଗଣେଶ ଭସାଣିକୁ ନେଇ ବିବାଦ, ଯୁବକଙ୍କୁ ମାରିଦେଲେ appeared first on Odisha Reporter.



from Odisha Reporter https://ift.tt/2F7c5Ss

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages