ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶିଷ୍ଟ ସିନେମାଟୋଗ୍ରାଫର ଗାଗାରିନ୍ ମିଶ୍ରଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଗାଗାରିନ୍ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ଫୁଲଚନ୍ଦନ, ନଈ ସେପାରୀ କନକ ଗୋରୀରେ ଆଦି ବହୁ ଓଡ଼ିଆ ସୁପରହିଟ ଫିଲ୍ମରେ କାମ କରି ନିଜ ଛାପ ଛାଡ଼ି ଦେଇ ଯାଇଛନ୍ତି ଗାଗାରିନ। କେବଳ ଓଡ଼ିଆ ନୁହେଁ, ହିନ୍ଦୀ ଫିଲ୍ମ ବେତାବ୍, ରାମ ଅବତାର, ୱାଜୁଦ ଆଦି ଫିଲ୍ମରେ ମଧ୍ୟ ସେ କ୍ୟାମେରାମ୍ୟାନ୍ ଥିଲେ।
ଗତ ଅଗଷ୍ଟ ମାସରେ ଗାଗାରିନ୍ଙ୍କ ସାନ ଭାଇ ଜଣାଶୁଣା ଓଡ଼ିଆ ଫିଲ୍ମ ଏଡିଟର ଦେବେନ ମିଶ୍ରଙ୍କର ମଧ୍ୟ ହୃଦଘାତରେ ମୃତ୍ୟୁ ହୋଇଥିଲା।
The post ବିଶିଷ୍ଟ ସିନେମାଟୋଗ୍ରାଫର ଗାଗାରିନ୍ ମିଶ୍ରଙ୍କ ପରଲୋକ appeared first on Odisha Reporter.
from Odisha Reporter https://ift.tt/2R6snxk
No comments:
Post a Comment