ଚଣ୍ଡିଗଡ: ପଞ୍ଜାବର ଫିରୋଜପୁର ଅବୋହର ସୀମା ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏହି ସବୁ ଅସ୍ତ୍ରଶସ୍ତ୍ର ପାକିସ୍ତାନରୁ ଆସିଥିଲା ବୋଲି ଜଣାପଡ଼ିଛି। ବିଏସ୍ଏଫ୍ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ସବୁ ଅସ୍ତ୍ରଶସ୍ତ୍ର ଜବତ କରିଛି। ସେପ୍ଟେମ୍ବର 12 ପ୍ରାୟ ସକାଳ 7ଟାରେ ବିଏସଏଫ ଏକ ହଳଦିଆ ପ୍ଲାଷ୍ଟିକ୍ ବ୍ୟାଗ ଉଦ୍ଧାର କରିଥିଲା। ଯେଉଁଥିରେ ଅସ୍ତ୍ରଶସ୍ତ୍ର ଭର୍ତ୍ତି ହୋଇ ରହିଥିଲା। ଏହି ବ୍ୟାଗ ଗୁଡ଼ିକ ଅତ୍ୟାଧୁନିକ ହୋଇଥିବାରୁ ଆତଙ୍କବାଦୀ କୌଣସି ବଡ଼ ଅଘଟଣ ଅଭିଯାନରେ ଅଛନ୍ତି ବୋଲି ଆଶଙ୍କା କରାଯାଉଛି।
On 12 Sept' 2020, alert BSF troops foiled attempt by anti-national elements & recovered 03 AK-47 rifles with 06 magazines & 91 rds, 02 M-16 Rifles with 04 magazines & 57 Rds and 02 Pistols with 04 magazines & 20 rds along Indo-Pak border of Abohar, Distt Ferozepur, Punjab.
(1/n) pic.twitter.com/dYgCh3sM7q— BSF (@BSF_India) September 12, 2020
ବ୍ୟାଗକୁ ଖୋଜିବା ପରେ ସେଥିରେ ଦୁଇଟି M-16 ରାଇଫଲ, 3 ମାଗାଜିନ, 2ଟି ପିସ୍ତଲ ଉଦ୍ଧାର କରାଯାଇଥିଲା। ଏହି ବ୍ୟାଗ ପାଖରେ ଆଉ ଏକ ବ୍ୟାଗ ମିଳିଥିଲା ଯେଉଁଥିରେ 3ଟି AK-47, 3ଟି ମାଗାଜିନ ମଧ୍ୟ ଥିଲା। ଏହି ବଡ ଅସ୍ତ୍ରଶସ୍ତ୍ର ମିଳିବା ପରେ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜୋରଦାର କରିଛି ବିଏସଏଫ ଏବଂ ସ୍ଥାନୀୟ ପ୍ରଶାସନ।
The post ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଭର୍ତ୍ତି ବ୍ୟାଗ ଉଦ୍ଧାର କଲା ବିଏସଏଫ୍ appeared first on Odisha Reporter.
from Odisha Reporter https://ift.tt/3bTlLMl
No comments:
Post a Comment