ମାଲକାନଗିରି (ଜିତେନ୍ଦ୍ର ବେଉରା): ଗଞ୍ଜେଇ ଚାଲାଣକାରୀଙ୍କ ମାଡ଼ରେ ଗୁରୁତର ଭାବେ ଆହତ ହୋଇଥିବା ହୋମଗାର୍ଡ ବନବାସୀ ମହାରଣାଙ୍କ ମୃତ୍ୟୁ ଘଟିଛି। ମାଥିଲି ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ଗତକାଲି ରାତିରେ କିଛି ଲୋକ ଚିତ୍ରକୋଣ୍ଡାରୁ ଭାରରେ ଗଞ୍ଜେଇ ନେଇ ଜଙ୍ଗଲ ରାସ୍ତାଦେଇ ଛତିଶଗଡ଼କୁ ଯାଉଥିବା ସଂପର୍କରେ ବାଲିମେଳା ପୁଲିସ୍ କୌଣସି ସୂତ୍ରରୁ ସୂଚନା ପାଇଥିଲା। ଏହାପରେ ବାଲିମେଳା ଓ ମାଥିଲି ମଧ୍ୟରେ ପୁଲିସ୍ ଜଗି ବସିଥିବା ବେଳେ ସେମାନଙ୍କ ସହିତ ମୁହାଁମୁହିଁ ହୋଇଥିଲା।
ପୁଲିସ୍ର ସୂଚନା ଅନୁସାରେ ୭୦ରୁ ଅଧିକ ଲୋକ ଭାରରେ ଗଞ୍ଜେଇ ବୋହି ନେଉଥିଲେ। ମୁହାଁମୁହିଁ ହୋଇଯିବା ପରେ ସେମାନେ ପୁଲିସ୍ ଉପରକୁ ଆକ୍ରମଣ କରିଥିଲେ। ଆଉ ଏଥିରେ ହୋମ୍ଗାର୍ଡ ବନବାସୀ ମହାରଣା ଆହତ ହୋଇଥିଲେ। ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ତାଙ୍କୁ ମାଥିଲି ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି।
ସୂଚନାଯୋଗ୍ୟ, ରାତିର ଅନ୍ଧାରରେ ଭାରୁଆମାନେ ସେଠାରୁ ଫେରାର ହୋଇଯିବାରେ ସଫଳ ହୋଇଥିଲେ।
The post ଗଞ୍ଜେଇ ଚାଲାଣକାରୀଙ୍କ ମାଡ଼ରେ ଆହତ ହୋମଗାର୍ଡଙ୍କ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/3buMsqw
No comments:
Post a Comment