ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ବୋମା ତିଆରି ବେଳେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ଦେବଗଡ଼ ଥାନା କଲାଣ୍ଟିଚିଲାଣ୍ଡିଖୋଳ ଗାଁରେ ଘଟିଛି ଏହି ଘଟଣା।
ଦୁଇ ମୃତକଙ୍କ ଘର ରିଆମାଳ ଥାନା ଅନ୍ତର୍ଗତ କନସର ଗାଁରେ ବୋଲି ଜଣାପଡିଛି। କଲାଣ୍ଟିଚିଲାଣ୍ଡିଖୋଳରେ ସମ୍ପର୍କୀୟଙ୍କ ଘରକୁ ଆସି ବୋମା ପ୍ରସ୍ତୁତ କରୁଥିବାବେଳେ ଘଟିଥିଲା ଏହି ବିସ୍ଫୋରଣ।
ଜନ୍ତୁ ଶିକାର ପାଇଁ ବୋମା ପ୍ରସ୍ତୁତ କରୁଥିବା ବେଳେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ସଦର ଏସ୍ଡିପିଓଙ୍କ ନେତୃତ୍ୱରେ ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ କରିଛନ୍ତି।
The post ବୋମା ତିଆରି ବେଳେ ବିସ୍ଫୋରଣ, ଚାଲିଗଲା ୨ ଜୀବନ appeared first on Odisha Reporter.
from Odisha Reporter https://ift.tt/2GAujwg
No comments:
Post a Comment