ପୁଅ ଗିରଫ ହେବା ପରେ ମୁହଁ ଖୋଲିଲେ ରିଆଙ୍କ ବାପା, କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 5, 2020

ପୁଅ ଗିରଫ ହେବା ପରେ ମୁହଁ ଖୋଲିଲେ ରିଆଙ୍କ ବାପା, କହିଲେ ଏମିତି କଥା

ମୁମ୍ବାଇ: ବଲିଉଡ୍‌ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଦିଗକୁ ନେଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ଏସ୍‌ବି) ତଦନ୍ତ କରୁଥିବା ବେଳେ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ (୨୪)କୁ ଗିରଫ କରିଛି। ଆଉ ଏହା ପରେ ଚୁପ୍ ରହିଥିବା ରିଆଙ୍କ ବାପା ଲେଫ୍ଟନାଣ୍ଟ କର୍ଣ୍ଣେଲ (ଅବସରପ୍ରାପ୍ତ) ଇନ୍ଦ୍ରଜିତ ଚକ୍ରବର୍ତ୍ତୀ ମୁହଁ ଖୋଲିଛନ୍ତି।

ଶନିବାର ଏକ ବିବୃତ୍ତି ଜାରି କରି ସେ କହିଛନ୍ତି, “ଅଭିନନ୍ଦନ ଭାରତ, ତୁମେ ମୋ ପୁଅକୁ ଗିରଫ କରିଛ। ମୁଁ ନିଶ୍ଚିତ ଏହା ପରେ ମୋ ଝିଅର ପାଳି ପଡ଼ିବ। ତା’ପରେ କାହାର ପାଳି ପଡ଼ିବ ମୁଁ ଜାଣିନାହିଁ। ତୁମେ ବେଶ୍ ବଢ଼ିଆ ଭାବେ ଏକ ମଧ୍ୟବିତ୍ତ ପରିବାରକୁ ନଷ୍ଟ କରିଦେଲ। କିନ୍ତୁ ନିଶ୍ଚିତ ଭାବେ ନ୍ୟାୟ ପାଇଁ ସବୁକିଛି ଉଚିତ୍।”

ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ରିଆଙ୍କ ବାପାଙ୍କୁ ବି ସିବିଆଇ ଜେରା କରିସାରିଛି। ସୁଶାନ୍ତଙ୍କ ଆକାଉଣ୍ଟରୁ ଟଙ୍କା ହଡ଼ପ ଅଭିଯୋଗ ରହିଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ଅନ୍ୟମାନଙ୍କ ସହିତ ତାଙ୍କୁ ପଚରାଉଚରା କରିଥିଲା।

ଶୁକ୍ରବାର ଏନ୍‌ସିବି ରିଆଙ୍କ ଭାଇ ସୌଭିକଙ୍କ ସହିତ ସୁଶାନ୍ତଙ୍କ ହାଉସ୍ ମ୍ୟାନେଜର ଥିବା ସାମୁଏଲ ମିରାଣ୍ଡାଙ୍କୁ ମଧ୍ୟ ଗିରଫ କରିଛି। ଉଭୟଙ୍କୁ ବୁଧବାର ପର୍ଯ୍ୟନ୍ତ ଏନ୍‌ସିବି ରିମାଣ୍ଡରେ ନେଇଛି। ତେବେ ସୌଭିକଙ୍କ ପାଖରୁ କୌଣସି ଡ୍ରଗ୍ସ ଜବତ କରାଯାଇନାହିଁ।

The post ପୁଅ ଗିରଫ ହେବା ପରେ ମୁହଁ ଖୋଲିଲେ ରିଆଙ୍କ ବାପା, କହିଲେ ଏମିତି କଥା appeared first on Odisha Reporter.



from Odisha Reporter https://ift.tt/2GAQMt9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages