ଅଣପରିବହନ ଗାଡ଼ିକୁ ଭଡ଼ାରେ ଲଗାଉଛନ୍ତି, କଟିବ ଇ-ଚାଲାଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 28, 2020

ଅଣପରିବହନ ଗାଡ଼ିକୁ ଭଡ଼ାରେ ଲଗାଉଛନ୍ତି, କଟିବ ଇ-ଚାଲାଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଣପରିବହନ ଗାଡ଼ିକୁ ଭଡ଼ାରେ ଲଗାଉଥିଲେ ଏଣିକି ସାବଧାନ। ସରକାରଙ୍କ ଆଖିରେ ଧୂଳି ଦେଇ ଏପରି କାରବାର ଚଲାଇବା କଷ୍ଟକର ହୋଇପଡ଼ିବ।  ଏହା ଉପରେ ରୋକ ଲଗାଇବାକୁ  ନିୟମକୁ କଡ଼ାକଡ଼ି କରିଛି ପରିବହନ ବିଭାଗ । ନିୟମ ଭଙ୍ଗ ହେଲେ ସଂପୃକ୍ତ ଗାଡ଼ି ଓ ମାଲିକଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ମଧ୍ୟ ଚେତାଇ ଦିଆଯାଇଛି।

ପରିବହନ ବିଭାଗର ନିର୍ଦ୍ଦେଶନାମା ଅନୁସାରେ, କେବଳ ଯାତ୍ରୀ ପରିବହନ ପାଇଁ ପଞ୍ଜୀକୃତ ହୋଇଥିବା ଗାଡ଼ି ହିଁ ଭଡ଼ାରେ ଲାଗି ପାରିବ । ଏଭଳି ଗାଡ଼ିର ନମ୍ବର ପ୍ଲେଟ ହଳଦିଆ ରଙ୍ଗର ହୋଇଥିବା ବେଳେ ତା ଉପରେ କଳା ରଙ୍ଗରେ ନମ୍ବର ଲେଖା ହୋଇଥାଏ  । ଗାଡ଼ିର ସବୁ କାଗଜପତ୍ର ଠିକ୍ ଥିବା ଦରକାର  ।

ଉଭୟ ରାଜ୍ୟ, କେନ୍ଦ୍ର ସରକାରଙ୍କ ଅଫିସ ଏବଂ PSU କ୍ଷେତ୍ରରେ ମଧ୍ୟ ଏହି ନିୟମ ଲାଗୁ ହେବ । ନିୟମ ଭଙ୍ଗ ହେଲେ ସଂପୃକ୍ତ ଗାଡ଼ି ଓ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି ମାମଲା ରୁଜୁ କରାଯିବ ସହିତ ମାଲିକଙ୍କ ନାଁରେ ଇ-ଚାଲାଣ କରାଯିବ ବୋଲି କହିଛି ରାଜ୍ୟ ପରିବହନ ବିଭାଗ ।

The post ଅଣପରିବହନ ଗାଡ଼ିକୁ ଭଡ଼ାରେ ଲଗାଉଛନ୍ତି, କଟିବ ଇ-ଚାଲାଣ appeared first on Odisha Reporter.



from Odisha Reporter https://ift.tt/34bRDsa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages