ପୃଥିବୀର ନିକଟତର ହେବ ଗ୍ରହାଣୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 5, 2020

ପୃଥିବୀର ନିକଟତର ହେବ ଗ୍ରହାଣୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପୃଥିବୀର ନିକଟତର ହେବ ଏକ ଗ୍ରହାଣୁ। ଅପରାହ୍ଣ ୨ଟା ୮ ମିନିଟ ସମୟରେ ‘ଗ୍ରହାଣୁ ୪୬୫୮୨୪ ୨୦୧୦ ଏଫ୍ଆର୍’ ପୃଥିବୀର ନିକଟତର ହେବ। ତେବେ ଏହା ୭୭ ଲକ୍ଷ କିଲୋମିଟର ଦୂରରେ ପୃଥିବୀକୁ ଅତିକ୍ରମ କରିବ। ପୃଥିବୀ-ଚନ୍ଦ୍ରର ଦୂରତାଠାରୁ ୧୯ ଗୁଣ ଦୂରତାରେ ଏହା ଅତିକ୍ରମ କରିବ।

ଏହି ଗ୍ରହାଣୁର ହାରାହାରି ବେଗ ୫୧ ହଜାର କିଲୋମିଟର ରହିଛି। ଆକଳନ ଅନୁଯାୟୀ ଗ୍ରହାଣୁଟିର ଚଉଡ଼ା ୧୨୦ ମିଟର ଓ ଲମ୍ବ ୨୭୦ ମିଟର।

ଗ୍ରହାଣୁଟି ୪୩୯ ଦିନରେ ଥରେ ସୂର୍ଯ୍ୟ ଚାରିପଟେ ବୁଲେ ଓ ପ୍ରତି ୪ରୁ ୭ ବର୍ଷରେ ଥରେ ପୃଥିବୀ ନିକଟରେ ହୋଇଥାଏ ବୋଲି କୁହାଯାଇଛି।

ଏହାକୁ ୨୦୧୦ ମସିହା ମାର୍ଚ୍ଚ ୧୮ରେ ଆବିଷ୍କାର କରାଯାଇଥିଲା। ପୂର୍ବରୁ ୨୦୧୬ ମାର୍ଚ୍ଚ ୧୫ରେ ଏହା ପୃଥିବୀର ନିକଟତର ହୋଇଥିଲା। ଆଗକୁ ୨୦୨୬ ସେମ୍ବେର ୧୧ରେ ଏହା ପୁଣି ପୃଥିବୀ ନିକଟକୁ ଆସିବ ବୋଲି ବୈଜ୍ଞାନିକମାନେ କହିଛନ୍ତି।

The post ପୃଥିବୀର ନିକଟତର ହେବ ଗ୍ରହାଣୁ appeared first on Odisha Reporter.



from Odisha Reporter https://ift.tt/3bwQONX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages