ଭାରରେ ବୋହି ନେଉଥିଲେ, ଅଟକାଇବାରୁ ଆକ୍ରମଣ କଲେ, ହୋମ୍‌ଗାର୍ଡ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 5, 2020

ଭାରରେ ବୋହି ନେଉଥିଲେ, ଅଟକାଇବାରୁ ଆକ୍ରମଣ କଲେ, ହୋମ୍‌ଗାର୍ଡ ଆହତ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଗଞ୍ଜେଇ ଚାଲାଣକାରୀଙ୍କ ମାଡ଼ରେ ଜଣେ ହୋମଗାର୍ଡ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ମାଲକାନଗିରି ଜିଲ୍ଲାର ହୋଇଥିବା ବେଳେ ଆହତ ହୋମଗାର୍ଡଙ୍କ ନାଁ ବନବାସୀ ମହାରଣା।

ଗତକାଲି ରାତିରେ କିଛି ଲୋକ ଚିତ୍ରକୋଣ୍ଡାରୁ ଭାରରେ ଗଞ୍ଜେଇ ନେଇ ଜଙ୍ଗଲ ରାସ୍ତାଦେଇ ଛତିଶଗଡ଼କୁ ଯାଉଥିବା ସଂପର୍କରେ ବାଲିମେଳା ପୁଲିସ୍ କୌଣସି ସୂତ୍ରରୁ ସୂଚନା ପାଇଥିଲା। ଏହାପରେ ବାଲିମେଳା ଓ ମାଥିଲି ମଧ୍ୟରେ ପୁଲିସ୍ ଜଗି ବସିଥିବା ବେଳେ ସେମାନଙ୍କ ସହିତ ମୁହାଁମୁହିଁ ହୋଇଥିଲା। ପୁଲିସ୍‌ର ସୂଚନା ଅନୁସାରେ ୭୦ରୁ ଅଧିକ ଲୋକ ଭାରରେ ଗଞ୍ଜେଇ ବୋହି ନେଉଥିଲେ। ମୁହାଁମୁହିଁ ହୋଇଯିବା ପରେ ସେମାନେ ପୁଲିସ୍‌ ଉପରକୁ ଆକ୍ରମଣ କରିଥିଲେ। ଆଉ ଏଥିରେ ହୋମ୍‌ଗାର୍ଡ ବନବାସୀ ମହାରଣା ଆହତ ହୋଇଛନ୍ତି। ଅନ୍ୟପକ୍ଷରେ ରାତିର ଅନ୍ଧାରରେ ଭାରୁଆମାନେ ସେଠାରୁ ଫେରାର ହୋଇଯିବାରେ ସଫଳ ହୋଇଥିଲେ। ମାଥିଲିରେ ମାଲକାନଗିରି ଏସ୍‌ପି ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଗୁରୁତର ହୋମଗାର୍ଡ ବନବାସୀ ମହାରଣାଙ୍କୁ ମାଥିଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

The post ଭାରରେ ବୋହି ନେଉଥିଲେ, ଅଟକାଇବାରୁ ଆକ୍ରମଣ କଲେ, ହୋମ୍‌ଗାର୍ଡ ଆହତ appeared first on Odisha Reporter.



from Odisha Reporter https://ift.tt/2Zazauu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages