‘ରାଉରକେଲାରେ ୨୫ ପ୍ରତିଶତ ଲୋକଙ୍କଠାରେ ଡେଭଲପ୍‌ ହୋଇଛି ଆଣ୍ଟିବଡି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 8, 2020

‘ରାଉରକେଲାରେ ୨୫ ପ୍ରତିଶତ ଲୋକଙ୍କଠାରେ ଡେଭଲପ୍‌ ହୋଇଛି ଆଣ୍ଟିବଡି’

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲାରେ ୨୫ ପ୍ରତିଶତ ଲୋକଙ୍କଠାରେ ଆଣ୍ଟିବଡି ଡେଭଲପ୍‌ ହୋଇଛି । RMRC ପକ୍ଷରୁ ହୋଇଥିବା ସେରୋ ସର୍ଭେରୁ ଏହା ଜଣା ପଡ଼ିଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

ଗତ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୫ ତାରିଖ ମଧ୍ୟରେ ରାଉରକେଲାରେ ସେରୋ ସର୍ଭେ ହୋଇଥିବା ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ଆଣ୍ଟିବଡ଼ି ଡେଭଲପ୍‌  ହେଲେ କରୋନା ପ୍ରତିଷେଧକରେ ସହାୟକ ହେବ ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି।

ରାଉରକେଲାରେ କରୋନା ଅକ୍ରାନ୍ତଙ୍କ ପାଇଁ ICU ବେଡ୍ ଖାଲି ରହିଛି । ଝାରସୁଗୁଡ଼ା ଓ ସମ୍ବଲପୁରରେ ଚିହ୍ନଟ ହେଉଥିବା ଆକ୍ରାନ୍ତ ରାଉରକେଲାରେ ଚିକିତ୍ସିତ ହୋଇପାରିବେ। ତେବେ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସ୍ଥିତିର ସମୀକ୍ଷା କରିବା ପରେ ଏହି ଜିଲ୍ଲାରେ ମୃତ୍ୟୁ ହାର କମୁଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।

ସ୍ୱାସ୍ଥ୍ୟ ସଚିବ ଓ DMETଙ୍କ ସହ ଯାଇ ଜିଲ୍ଲାରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ହାଇଟେକ୍ କୋଭିଡ୍ ହସ୍ପିଟାଲ, ଜେ.ପି. ହସ୍ପିଟାଲ ଓ ଶାନ୍ତି ମେମୋରିଆଲ୍ ହସ୍ପିଟାଲ  ପରିଦର୍ଶନ କରି କୋଭିଡ୍ ପରିଚାଳନାକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ କରୋନା ସଂକ୍ରମଣ ରୋକିବା, ଆାକ୍ରାନ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ମଧ୍ୟ ଗୁରୁତ୍ୱ ଦେଇଛନ୍ତି ।

ଉଲ୍ଲେଖନୀୟ ଯେ,  ସୁନ୍ଦରଗଡ଼ ଜିଲ୍ଲାରେ ପଜିଟିଭ ୧ ପ୍ରତିଶତ ରହିଥିଲା ବେଳେ ରାଉରକେଲାରେ ୮ ପ୍ରତିଶତ ପଜିଟିଭ ରହିଛନ୍ତି । ଆଗାମୀ ଦିନରେ ପଜିଟିଭ କମିବା ନେଇ ଆଶା କରାଯାଉଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି ।

The post ‘ରାଉରକେଲାରେ ୨୫ ପ୍ରତିଶତ ଲୋକଙ୍କଠାରେ ଡେଭଲପ୍‌ ହୋଇଛି ଆଣ୍ଟିବଡି’ appeared first on Odisha Reporter.



from Odisha Reporter https://ift.tt/2F43sZf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages