ନୂଆଦିଲ୍ଲୀ: ନିର୍ବାଚନ କମିଶନ ଶୁକ୍ରବାର ବିହାର ବିଧାନସଭା ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ଏଥିସହ ରାଜ୍ୟରେ ଆଚରଣ ବିଧି ଲାଗୁ କରିଛନ୍ତି। ପ୍ରାର୍ଥୀମାନେ ଅନଲାଇନ୍ ଆବେଦନ କରିବେ। ସପ୍ରିମକୋର୍ଟଙ୍କ ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ପ୍ରାର୍ଥୀ ନିଜର ତଥ୍ୟ ମିଡିଆରେ ଦେବାକୁ ପଡ଼ିବ। ଏଥିସହ ଅନଲାଇନ୍ ମଧ୍ୟ ଦେବାକୁ ପଡ଼ିବ।
୨୪୩ଟି ଆସନ ପାଇଁ ତିନୋଟି ପର୍ଯ୍ୟାୟରେ ମତଦାନ ହେବ। ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାର ୭୧ ବିଧାୟକ ଆସନ, ଦ୍ୱିତୀୟରେ ୧୭ଟି ଜିଲ୍ଲାର ୯୪ଟି ଆସନ, ତୃତୀୟରେ ୧୫ଟି ଜିଲ୍ଲାର ୭୮ ଆସନ ପାଇଁ ମତଦାନ ହେବ।
ପ୍ରଥମ ପର୍ଯ୍ୟାୟ ପାଇଁ ଅକ୍ଚୋବର ୧ ନାମାଙ୍କନ ତାରିଖ ରହିଛି। ୨୮ ଅକ୍ଟୋବରରେ ହେବ ନିର୍ବାଚନ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ନଭେମ୍ୱର ୩। ତୃତୀୟ ପର୍ଯ୍ୟାୟ ନିର୍ବାଚନ ନଭେମ୍ୱର ୭ ରହିଛି। ଦୁର୍ଗାପୂଜା ଏବଂ ଦିପାବଳୀ ମଝିରେ ନଭେମ୍ୱର ୧୦ରେ ପ୍ରକାଶ ପାଇବ ଫଳାଫଳ।
ନିର୍ବାଚନ ପାଇଁ ପ୍ରାର୍ଥୀ ମାନେ ଭିଡିଓ କନଫରେନସ ଜରିଆରେ ପ୍ରଚାର କରିବେ। ଯେଉଁମାନେ ଭୋଟରଙ୍କୁ ଘରକୁ ଯିବେ ସେମାନଙ୍କ ସଂଖ୍ୟା ୫ ଜଣରୁ ଅଧିକ ହେବନି। ଅର୍ଥାତ୍ ୫ ଜଣଙ୍କୁ ନେଇ ପ୍ରାର୍ଥୀ ପ୍ରଚାର କରିବେ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇ ସଂଧ୍ୟା ଛଅଟା ଯାଏ ଚାଲିବ। ମତଦାନ ପାଇଁ ଘଣ୍ଟାଏ ସମୟ ବଢ଼ାଇଛନ୍ତି ନିର୍ବାଚନ କମିଶନ। କରୋନା ଆକ୍ରାନ୍ତ ମଧ୍ୟ ମାସ୍କ ଏବଂ ନିୟମ ଅନୁଯାୟୀ ଭୋଟ୍ ଦେଇପାରିବେ ବୋଲି ନିର୍ବାଚନ କମିଶନ ସୁନୀଲ ଆରୋରା କହିଛନ୍ତି। କରୋନା ଆକ୍ରାନ୍ତ ଅନ୍ତିମ ସମୟରେ ଭୋଟ୍ ଦେବେ।
ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା କହିଛନ୍ତି ଯେ କରୋନା ନିର୍ବାଚନ ଘୁଞ୍ଚାଇବା ସମ୍ଭବ ନୁହେଁ। କରୋନା କେବେ କମିବ ଜଣନାହିଁ। ତେଣୁ ନିର୍ବାଚନ ଘୁଞ୍ଚାଇବା ପରିବର୍ତ୍ତେ ସତର୍କ ରହି ନିର୍ବାଚନ କରିବା ଉପରେ ବିଚାର କରାଯାଇଛି ବୋଲି ସେ କହିଛନ୍ତି। ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ପାଇଁ ଆମକୁ ନିର୍ବାଚନରେ ଭାଗ ନେବାକୁ ପଡ଼ିବ ବୋଲି ସେ କହିଛନ୍ତି।
ଏଥିପାଇଁ ବିପୁଳ ମାନବ ସମ୍ୱଳ ବ୍ୟବହାର ହେବ ବୋଲି ସେ କହିଛନ୍ତି। ୨୦୧୫ରେ ବିହାର ମତଦାନ ବେଳେ ବୁଥ ସଂଖ୍ୟା ୬୫,୩୩୭ ଥିଲା। ଏବେ କିନ୍ତୁ କରୋନା ଏବଂ ସାମାଜିକ ଦୂରତାକୁ ଲକ୍ଷ୍ୟ ରଖି ବୁଥ ସଂଖ୍ୟା ୧ ଲକ୍ଷରୁ ଅଧିକ ହେବ ବୋଲି ସେ କହିଛନ୍ତି। ମତଦାନ ସମୟ ଘଣ୍ଟାଏ ମଧ୍ୟ ବଢ଼ାଯାଇଛି। ମୋଟ୍ ୨୪୩ ଟି ଆସନ ମଧ୍ୟରୁ ୩୮ ଟି ଅନୁସୂଚିତ ଜାତି ବର୍ଗ ଏବଂ ଦୁଇଟି ଅନୁସୂଚିତ ଜନଜାତି ବର୍ଗ ପାଇଁ ସଂରକ୍ଷିତ ରହିଛି। ୨୯ରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି।
The post କରୋନା ବେଳେ ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା, ଆକ୍ରାନ୍ତ ବି ଦେବେ ଭୋଟ୍ appeared first on Odisha Reporter.
from Odisha Reporter https://ift.tt/362spPH
No comments:
Post a Comment