ଉର୍ମିଲା କହିଲେ ‘ଉଠ, ଜାଗ୍ରତ ହୁଅ ଭାରତ…’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 25, 2020

ଉର୍ମିଲା କହିଲେ ‘ଉଠ, ଜାଗ୍ରତ ହୁଅ ଭାରତ…’

ନୂଆଦିଲ୍ଲୀ: ବଲିଉଡ୍ ଡ୍ରଗ୍ସ ଲିଙ୍କରେ ବହୁ ନାମୀଦାମୀ ହିରୋଇନଙ୍କ ନାଁ ଚର୍ଚ୍ଚାରେ ରହିଥିବାବେଳେ ଉର୍ମିଲା ମାତୋଣ୍ଡକର ନିଜ ଟ୍ୱିଟକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ନିଜ ଟ୍ୱିଟରେ ସାରା ଦେଶବାସୀଙ୍କୁ କୃଷକମାନଙ୍କ ସହ ଛିଡ଼ା ହେବାକୁ ଅନୁରୋଧ କରିଛନ୍ତି।

ଉର୍ମିଲା ନିଜ ଟ୍ୱିଟରେ ଲେଖିଛନ୍ତି, “ଜାଗ୍ରତ ହୁଅ, ସଚେତ ହୁଅ ଭାରତ। ଆଜି ସେପ୍ଟେମ୍ୱର ୨୫ ତାରିଖ। ଆମ କୃଷକମାନଙ୍କୁ ସମର୍ଥନ କର। ଏବେ ମଧ୍ୟ ମିଡିଆ ସର୍କସ ଚାଲିଛି, ଆମେ କେଉଁ ପ୍ରକାର ଦେଶ ଚାହୁଁଛୁ ଏହା ଭିତରେ ନିଷ୍ପତ୍ତି ନେବାକୁ ହେବ।”

ଉର୍ମିଲା ସାଧାରଣତଃ ସୋଶାଲ ମିଡିଆରେ ଖୋଲାଖୋଲି ଭାବେ ନିଜ ମତ ରଖିଥାନ୍ତି। ତେବେ ଆଜିର ଏହି ଟ୍ୱିଟରେ ମଧ୍ୟ ୟୁଜର୍ସ ଖୁବ୍ ପ୍ରତିକ୍ରିୟା ରଖୁଛନ୍ତି।

ସୂଚନାଯୋଗ୍ୟ, କୃଷି ବିଲ୍-୨୦୨୦ ବିରୁଦ୍ଧରେ ଦେଶର ବିଭିନ୍ନ କୋଣରୁ କୃଷକମାନେ ଭାରତ ବନ୍ଦ ଡାକରା ଦେଇଛନ୍ତି। ପଞ୍ଜାବ, ହରିୟାଣାରେ ମଧ୍ୟ କୃଷକମାନେ ଗତ କିଛିଦିନ ହେଲା କୃଷି ବିଲ୍ ବିରୁଦ୍ଧରେ ଆନ୍ଦୋଳନ କରୁଛନ୍ତି। ଭାରତୀୟ କୃଷକ ୟୁନିୟନ ସମେତ ବିଭିନ୍ନ କୃଷକ ସଂଗଠନ ମଧ୍ୟ ଆଜିର ବନ୍ଦ ଡାକରାରେ ସାମିଲ ହୋଇଛନ୍ତି। କୃଷକ ସଂଗଠନଗୁଡ଼ିକୁ କଂଗ୍ରେସ, ଆରଜେଡି, ସମାଜବାଦୀ ପାର୍ଟି, ଅକାଳୀ ଦଳ, ଆପ୍, ଟିଏମସି ସମେତ ଅନ୍ୟ ବହୁ ରାଜନୈତିକ ଦଳ ସମର୍ଥନ କରୁଛନ୍ତି।

The post ଉର୍ମିଲା କହିଲେ ‘ଉଠ, ଜାଗ୍ରତ ହୁଅ ଭାରତ…’ appeared first on Odisha Reporter.



from Odisha Reporter https://ift.tt/3cykZ8a

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages