ପ୍ଲାଜମା ଥେରାପିକୁ ସଫଳତା, ହଜାରେ ଆକ୍ରାନ୍ତଙ୍କୁ ମିଳିସାରିଲାଣି ଏହି ଚିକିତ୍ସା ସୁବିଧା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 16, 2020

ପ୍ଲାଜମା ଥେରାପିକୁ ସଫଳତା, ହଜାରେ ଆକ୍ରାନ୍ତଙ୍କୁ ମିଳିସାରିଲାଣି ଏହି ଚିକିତ୍ସା ସୁବିଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବା ବେଳେ ରାଜ୍ୟରେ ବି ଏହି ସଂଖ୍ୟା ଥମିବା ନାଁ ଧରୁ ନାହିଁ। କରୋନା ସ୍ପିଡ୍‌ ଉପରେ ବ୍ରେକ୍‌ ଲଗାଇବାକୁ ବିଭିନ୍ନ ଚିକିତ୍ସା ପଦ୍ଧତି ଓ ଥେରାପିର ସାହାଯ୍ୟ ନିଆଯାଉଥିବା ବେଳେ ଏହା ମଧ୍ୟରେ ପ୍ଲାଜମା ଥେରାପିକୁ ମିଳିଛି ସଫଳତା ।

ଇତି ମଧ୍ୟରେ ରାଜ୍ୟରେ ହଜାରେ କରୋନା ଆକ୍ରାନ୍ତଙ୍କୁ ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସା କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ରାଜ୍ୟରେ ଏବେ ସୁଦ୍ଧା ୧୦୦୦ ଆକ୍ରାନ୍ତଙ୍କୁ ପ୍ଲାଜମା ଦିଆଯାଇ ଚିକିତ୍ସା କରାଗଲାଣି । ହଜାରେ ଜଣଙ୍କୁ ପ୍ଲାଜମା ଚିକିତ୍ସା କରିବାର ଶ୍ରେୟ ପ୍ଲାଜମା ଥେରାପି ଟିମ୍‌କୁ ଯାଉଛି ବୋଲି ମଧ୍ୟ କୁହାଯାଇଛି ।

ଏହି ଥେରାପିର ସଫଳତାକୁ ଦେଖି  ସରକାରୀ ଓ ବେସରକାରୀ କୋଭିଡ୍ ଚିକିତ୍ସାଳୟରେ ପ୍ଲାଜମା ମିଳିବାର ବନ୍ଦୋବସ୍ତ କରାଯାଇଛି। ଯିଏ ଆବଶ୍ୟକ କରିବେ, ତାଙ୍କୁ ପ୍ଲାଜମା ଚିକିତ୍ସା କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ  ପକ୍ଷରୁ କୁହାଯାଇଛି । ଏଥିସହ କରୋନାରୁ ସୁସ୍ଥ  ହେଉଥିବା ଅଧିକ ସଂଖ୍ୟକ ବ୍ୟକ୍ତିଙ୍କୁ ପ୍ଲାଜମା ଦେବାକୁ ଉତ୍ସାହିତ ମଧ୍ୟ କରାଯାଉଛି।

ଅନ୍ୟପକ୍ଷରେ ରାଜ୍ୟରେ ଦିନକୁ କରୋନା ଟେଷ୍ଟ ୫୧ ହଜାର ୮୨୪ ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ୯୩୫୨ଟି RTPCR, ଆଣ୍ଟିଜେନ୍- ୪୨,୩୬୬ଟି ଓ ଟ୍ରୁନଟ ପରୀକ୍ଷା ୧୦୬ ହୋଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୬୨,୯୨୦ରେ ପହଞ୍ଚି ସାରିଥିବା ବେଳେ ୧,୨୯, ୮୫୯ ଜଣ ସୁସ୍ଥ ହୋଇ ସାରିଲେଣି। ଏହାବ୍ୟତୀତ ରାଜ୍ୟରେ ଆକ୍ଟିଭ କେସ୍‌ ୩୨, ୩୫୨ ଥିବା ବେଳେ କରୋନା ଯୋଗୁ ରାଜ୍ୟରେ ୬୫୬ ଜଣ ଆଖି  ବୁଜି ସାରିଲେଣି।

The post ପ୍ଲାଜମା ଥେରାପିକୁ ସଫଳତା, ହଜାରେ ଆକ୍ରାନ୍ତଙ୍କୁ ମିଳିସାରିଲାଣି ଏହି ଚିକିତ୍ସା ସୁବିଧା appeared first on Odisha Reporter.



from Odisha Reporter https://ift.tt/2ZJcJgn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages