ଦିଲ୍ଲୀ ଦଙ୍ଗା: ଚାର୍ଜସିଟରେ ଆସିଥିବା ବ୍ୟକ୍ତିବିଶେଷଙ୍କ ନାଁକୁ ନେଇ ସଫେଇ ଦେଲା ଦିଲ୍ଲୀ ପୁଲିସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 13, 2020

ଦିଲ୍ଲୀ ଦଙ୍ଗା: ଚାର୍ଜସିଟରେ ଆସିଥିବା ବ୍ୟକ୍ତିବିଶେଷଙ୍କ ନାଁକୁ ନେଇ ସଫେଇ ଦେଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଫେବୃଆରୀରେ ହୋଇଥିବା ଦିଲ୍ଲୀ ଦଙ୍ଗା ମାମଲାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଭାବରେ ସିପିଆଇ (ଏମ୍) ମହାସଚିବ ସୀତାରାମ ୟେଚୁରୀ, ସ୍ୱରାଜ ଅଭିଆନ୍ ନେତା ଯୋଗେନ୍ଦ୍ର ଯାଦବ, ଅର୍ଥନୀତିଜ୍ଞ ଜୟନ୍ତୀ ଘୋଷ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଅପୂର୍ବାନନ୍ଦଙ୍କ ସାମ୍ନାକୁ ଆସିଛି। ଏହାକୁ ନେଇ ରାଜନୀତିକ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାରି ଭିତରେ ସଫେଇ ଦେଇଛି ଦିଲ୍ଲୀ ପୁୁଲିସ।

ଦଙ୍ଗା ମାମଲାରେ ତଦନ୍ତ ବେଳେ ବଡ଼ ବଡ଼ ରାଜନୀତିକ ବ୍ୟକ୍ତିବିଶେଷଙ୍କ ନାମ ସାମ୍ନାକୁ ଆସିବା ଚିନ୍ତାଜନକ। ହେଲେ ଜଣେ ଅଭିଯୁକ୍ତ ତାଙ୍କ ବୟାନରେ ଏହି ସବୁ ବ୍ୟକ୍ତିଙ୍କ ନାମ ନେଇଛନ୍ତି। ଜଣଙ୍କ ବୟାନରେ ସେମାନେ କେବେ ହେଲେ ଦୋଷୀ ବା ଅଭିଯୁକ୍ତ କହିବା ଠିକ୍ ହେବନି। ଏଥିପାଇଁ ଯଥେଷ୍ଟ ପ୍ରମାଣର ଆବଶ୍ୟକତା ରହିଛି। ଏହି ମାମଲା ଏବେ ବିଚାରଧୀନ ରହିଛି। ଯେଉଁ ଚାର୍ଜସିଟ୍ ସାମ୍ନାକୁ ଆସିଛି ତାହା ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ବୋଲି ଦିଲ୍ଲୀ ପୁଲିସ ସଫେଇ ଦେଇଛି।

ଏହାକୁ ନେଇ ସିପିଆଇ(ଏମ) ମହାସଚିବ ସୀତାରାମ ୟେଚୁରୀ ଟ୍ୱିଟ୍ କରି କହିଥିଲେ “ଚାର୍ଜସିଟ ହେଉଛି ବିଜେପିର ଚରିତ୍ର, ମେ୍ାଦି ସରକାରର ଅସଲ ଚେହେରା। ଦିଲ୍ଲୀ ପୁଲିସ କେନ୍ଦ୍ର ସରକାର ଦ୍ୱାରା ପରିଚାଳିତ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ ରହିଛି ପୁଲିସ ବିଭାଗ। ମନ୍ତ୍ରାଳୟର ମୁଖିଆ ବିଜେପିର ବରିଷ୍ଠ ନେତା” ବୋଲି କହି କେନ୍ଦ୍ର ସରକାରକୁ ଘେରିଛନ୍ତି ସୀତାରମ।

ସେ ଏହି ପ୍ରସଙ୍ଗରେ ଟ୍ୱିଟ୍ କରି କହିଛନ୍ତି, ନରେନ୍ଦ୍ର ମୋଦି ସରକାର ବିରୋଧୀଙ୍କୁ ଟାର୍ଗେଟ କରିବା ପାଇଁ ସରକାରୀ କଳର ଅପବ୍ୟବହାର କରୁଛନ୍ତି। ଶାସକ ଦଳ ବିଜେପିର ଏଭଳି୍ କାମ କେବେ ବି ସିଏଏ ଆଇନକୁ ବିରୋଧ କରିବାରୁ ରୋକି ପାରିବ ନାହିଁ।

ସିଏଏ-ଏନଆରସିକୁ ମୁସଲିମ ବିରୋଧୀ ବୋଲି କହି ଫେବୃଆରୀର ଏହି ଦଙ୍ଗା ହୋଇଥିଲା। ଏହି ଦଙ୍ଗା ମାମଲାରେ କେନ୍ଦ୍ର ସରକାର ଅନେକ ସମାଲୋଚନାର ଶିକାର ହୋଇଥିଲେ। କେନ୍ଦ୍ର ସରକାରଙ୍କ ଭାବମୂର୍ତ୍ତି ଖରାପ କରିବା ପାଇଁ ଆନ୍ଦୋଳନକାରୀଙ୍କୁ ଚାର୍ଜସିଟରେ ଦାଖଲ ହୋଇଥିବା ବ୍ୟକ୍ତିମାନେ ପ୍ରବର୍ତ୍ତାଇଥିଲେ ବୋଲି ଦିଲ୍ଲୀ ପୁଲିସର ସପ୍ଲିମେଣ୍ଟାରୀ ଚାର୍ଜସିଟରୁ ଜଣାପଡ଼ିଛି।

ଫେବୃଆରୀ ୨୩ ରୁ ୨୬ ମଧ୍ୟରେ ଦିଲ୍ଲୀର ଉତ୍ତର ପୂର୍ବ ଜିଲ୍ଲାରେ ଏହି ଦଙ୍ଗା ହୋଇଥିଲା। ଏହି ଦଙ୍ଗାରେ ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୮୧ ଜଣ ଆହତ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ୯୧ ଜଣ ଗୁଳି ବାଜିବାରୁ ଆହତ ହୋଇଥିବା ଚାର୍ଜସିଟରେ ଦର୍ଶାଯାଇଛି।

The post ଦିଲ୍ଲୀ ଦଙ୍ଗା: ଚାର୍ଜସିଟରେ ଆସିଥିବା ବ୍ୟକ୍ତିବିଶେଷଙ୍କ ନାଁକୁ ନେଇ ସଫେଇ ଦେଲା ଦିଲ୍ଲୀ ପୁଲିସ appeared first on Odisha Reporter.



from Odisha Reporter https://ift.tt/3bTOTmM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages