ଏକା ଏକା ଖୋଳିଲେ ୩ କି.ମି ଲମ୍ବର କେନାଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 13, 2020

ଏକା ଏକା ଖୋଳିଲେ ୩ କି.ମି ଲମ୍ବର କେନାଲ୍‌

ପାଟନା: ବର୍ଷା ଦିନେ ପାହାଡ଼ରୁ ବୋହି ଆସୁଥିବା ପାଣି ନଦୀକୁ ଚାଲି ଯାଉଥିଲା। ତାହା ଲୋକଙ୍କ କାମରେ ଲାଗୁ ନଥିଲା। ଏହି ପାଣିକୁ କେମିତି ଅଟକା ଯାଇ ବ୍ୟବହାର କରି ହେବ, ସେନେଇ ଚିନ୍ତା କଲେ ଲୌଙ୍ଗି ଭୂୟାଁ। ଆଉ ତା’ପରେ ସେ କେନାଲ ଖୋଳିବାକୁ ନିଷ୍ପତ୍ତି ନେଲେ। ତେବେ ଏହା ଏତେ ସହଜ ନଥିଲା। ଏଥିପାଇଁ ତାଙ୍କୁ ୩୦ ବର୍ଷ ଲାଗିଯାଇଥିଲା। କିନ୍ତୁ ବର୍ଷ ବର୍ଷ ଧରି ଏକା ଏକା କେନାଲ୍ ଖୋଳି ଚାଲିଥିଲେ ବି ଲୌଙ୍ଗି ଭୂୟାଁ କେବେ ନିରୁତ୍ସାହିତ ହୋଇ ନଥିଲେ। ଫଳସ୍ୱରୂପ ତାଙ୍କ ଗାଁ ଲୋକେ ପାଇଛନ୍ତି ୩ କିଲୋମିଟରର ଏକ କେନାଲ୍। ସେହି କେନାଲ୍‌ରେ ପାଣି ଆସି ଗାଁରେ ଥିବା ଏକ ବଡ଼ ପୋଖରୀରେ ରହୁଛି।

ଏହି ଚିତ୍ର ଦେଖିବାକୁ ମିଳିଛି ବିହାରର ଗୟା ଜିଲ୍ଲାର କୋଠିଲୱା ଗାଁରେ। ଗାଁଟି ଘଞ୍ଚ ଜଙ୍ଗଲ ଓ ଏକାଧିକ ପାହାଡ଼ ମଧ୍ୟରେ ରହିଛି। ଗୟା ଜିଲ୍ଲା ସଦର ମହକୁମାଠାରୁ ଏହି ଗାଁର ଦୂରତା ପ୍ରାୟ ୮୦ କିଲୋମିଟର।

ଲୌଙ୍ଗି ଭୂୟାଁ କହିଛନ୍ତି, ’୩୦ ବର୍ଷ ହେଲା ମୁଁ ପାଖ ଜଙ୍ଗଲକୁ ଗାଈଗୋରୁଙ୍କୁ ଚରାଇବାକୁ ନେଉଛି। ଆଉ ସେହି ସମୟରେ ମୁଁ କେନାଲ ଖୋଳା କାର୍ଯ୍ୟ କରୁଥିଲି। ମୋତେ କୌଣସି ଗ୍ରାମବାସୀ ସାହାଯ୍ୟ କରି ନାହାନ୍ତି। ଗାଁ ଲୋକେ ଜୀବନଜୀବିକା ପାଇଁ ସହରକୁ ପଳାଉଛନ୍ତି। କିନ୍ତୁ ମୁଁ ଗାଁରେ ରହିବାକୁ ନିଷ୍ପତ୍ତି ନେଇଥିଲି।”


ଲୌଙ୍ଗି ଭୂୟାଁଙ୍କ ଏହି କାର୍ଯ୍ୟ ଗାଁ ଲୋକଙ୍କୁ ବେଶ୍ ଫାଇଦା ଦେଇଛି। କେବଳ ମଣିଷ ନୁହନ୍ତି, ଗାଁର ଗାଈଗୋରୁଙ୍କ ପାଇଁ ବି ଏହା ବେଶ୍ ସହାୟକ ହୋଇଛି।

ଗ୍ରାମବାସୀମାନେ କହିଛନ୍ତି ଯେ ସେ ଏକା ଏକା ଏହି କେନାଲ ଖୋଳିଛନ୍ତି। କିନ୍ତୁ ଏଥିରୁ ଗାଁଟା ଯାକର ଲୋକ ଲାଭବାନ ହୋଇଛନ୍ତି। କେନାଲ୍‌ରେ ଆସି ପୋଖରୀରେ ଜମା ହେଉଥିବା ପାଣିକୁ ସେମାନେ ଚାଷ ଜମିରେ ମଡ଼ାଉଛନ୍ତି।

ବର୍ଷା ପାଣିର ସଦ୍‌ ବ୍ୟବହାର କରିବା ପାଇଁ ଲୌଙ୍ଗି ଯେଉଁ କାର୍ଯ୍ୟ କରିଛନ୍ତି, ତାହା ପ୍ରଶଂସନୀୟ ଓ ଅନୁକରଣୀୟ।

The post ଏକା ଏକା ଖୋଳିଲେ ୩ କି.ମି ଲମ୍ବର କେନାଲ୍‌ appeared first on Odisha Reporter.



from Odisha Reporter https://ift.tt/3ilCb2F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages