ରାଜ୍ୟସଭାରେ ତୃତୀୟ କୃଷି ବିଲ୍ ପାରିତ, ବିରୋଧୀଙ୍କ ପ୍ରଦର୍ଶନ ଜାରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 22, 2020

ରାଜ୍ୟସଭାରେ ତୃତୀୟ କୃଷି ବିଲ୍ ପାରିତ, ବିରୋଧୀଙ୍କ ପ୍ରଦର୍ଶନ ଜାରି

ନୂଆଦିଲ୍ଲୀ: ବିରୋଧୀଙ୍କ ଜୋରଦାର ବିରୋଧ ମଧ୍ୟରେ ତୃତୀୟ କୃଷି ବିଲ୍ (ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ୨୦୨୦ ମଧ୍ୟ ରାଜ୍ୟସଭାରେ ପାରିତ ହୋଇଛି। ଅତ୍ୟାବଶ୍ୟକ ଦ୍ରବ୍ୟ ତାଲିକାରୁ ଶସ୍ୟ, ଡାଲି, ତେଲ ମଞ୍ଜି, ଖାଇବା ତେଲ, ପିଆଜ ଏବଂ ଆଳୁ ହଟାଇବାକୁ ନେଇ ଆଗତ ହୋଇଥିବା ବିଲକୁ ରାଜ୍ୟସଭା ଅନୁମୋଦନ ଦେଇଛି। ୧୫ ସେପ୍ଟେମ୍ବରରେ ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲା।  ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ୍୨୦୨୦ କୁ ଅନୁମୋଦନ କରିଛି। ଏହା ପୂର୍ବରୁ ଦୁଇଟି ବିଲ୍ ରବିବାର ରାଜ୍ୟସଭାରେ ପାରିତ ହୋଇଥିଲା। ଏବେ ଏହି ବିଲ ଗୁଡ଼ିକୁ ରାଷ୍ଟ୍ରପତିଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯିବ।

ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ୍୨୦୨୦ରେ କଣ ରହିଛି?

ନୂଆ ନିୟମ ଦ୍ୱାରା ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ସଂଶୋଧନ ଜରିଆରେ ଚାଉଳ, ଡାଲି, ତୈଳବୀଜ, ଖାଇବା ତେଲ, ପିଆଜ ଓ ଆଳୁ ଭଳି ସାମଗ୍ରୀକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ହଟାଇ ଦିଆଯାଇଛି। ଏହି ବ୍ୟବସ୍ଥା ଫଳରେ ଘରୋଇ ନିବେଶକ ଅତ୍ୟଧିକ ନିୟାମକ ହସ୍ତକ୍ଷେପ ଭୟରୁ ମୁକ୍ତ ହୋଇପାରିବେ। ଉତ୍ପାଦନ, ଭଣ୍ଡାରଣ, ଲୋଡିଂ, ବିତରଣ ଏବଂ ଯୋଗାଣ କରିବାର ସ୍ୱାଧୀନତା ମିଳିବା ଫଳରେ ବ୍ୟାପକ ସ୍ତରରେ ଉତ୍ପାଦନ ସମ୍ଭବ ହୋଇପାରିବ ଏବଂ ଏଥିସହିତ କୃଷି କ୍ଷେତ୍ରରେ ଘରୋଇ ପ୍ରତ୍ୟକ୍ଷ ନିବେଶ ଆକୃଷ୍ଟ ହେବେ । ଏହାଫଳରେ ଶୀତଳ ଭଣ୍ଡାରରେ ନିବେଶ ବଢ଼ିବ ଏବଂ ଖାଦ୍ୟ ଯୋଗାଣ ଶୃଙ୍ଖଳ (ସପ୍ଲାଇ ଚେନ)ର ଆଧୁନିକୀକରଣରେ ସହାୟତା ମିଳିବ।

ଏହା ଫଳରେ ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା ମଧ୍ୟ ସୁନିଶ୍ଚିତ ହେବ। ସଂଶୋଧନ ଅନ୍ତର୍ଗତ ଏପରି ବ୍ୟବସ୍ଥା କରାଯାଇଛି, ଯାହାଦ୍ୱାରା ମରୁଡ଼ି, ଯୁଦ୍ଧ, ମୂଲ୍ୟରେ ଅପ୍ରତ୍ୟାଶିତ ବୃଦ୍ଧି ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି ପରିସ୍ଥିତିରେ ଏଭଳି କୃଷି ଉତ୍ପାଦଗୁଡ଼ିକର ମୂଲ୍ୟକୁ ନିୟନ୍ତ୍ରିତ କରାଯାଇପାରିବ। ତେବେ ମୂଲ୍ୟ ଶୃଙ୍ଖଳ ବା ଭ୍ୟାଲୁ୍ୟ ଚେନର କୌଣସି ଅଂଶୀଦାରଙ୍କ ପ୍ରତିଷ୍ଠିତ କ୍ଷମତା ଏବଂ କୌଣସି ରପ୍ତାନିକାରୀଙ୍କ ରପ୍ତାନି ଚାହିଦା ଏଭଳି ଷ୍ଟକ ସୀମା ଲାଗୁ ବ୍ୟବସ୍ଥାରୁ ମୁକ୍ତ ରହିବେ। ଏହି ପଦକ୍ଷେପ ଦ୍ୱାରା କୃଷି କ୍ଷେତ୍ରରେ ନିବେଶ ହତୋତ୍ସାହିତ ହେବ ନାହିଁ। ଘୋଷିତ ସଂଶୋଧନ ମୂଲ୍ୟ ଲାଗୁ ହେବା ଦ୍ୱାରା କୃଷକ ଏବଂ ଉପଭୋକ୍ତା ଉଭୟଙ୍କ ପାଇଁ ଲାଭଦାୟୀ ହେବ। ଏଥିସହିତ ଭଣ୍ଡାରର ସୁବିଧା ଅଭାବ କାରଣରୁ ହେଉଥିବା କୃଷିଜାତ ସାମଗ୍ରୀ ନଷ୍ଟକୁ ମଧ୍ୟ ରୋକାଯାଇପାରିବ।

ବିରୋଧୀଙ୍କ ପ୍ରଦର୍ଶନ ଜାରି

ଅନ୍ୟପଟେ ସରକାରଙ୍କ ଆଗରେ ବିରୋଧୀ ତିନି ଦାବି ରଖିଛନ୍ତି। ଦାବି ପୂରଣ ନହେଲା ଯାଏ ବିରୋଧୀ ଗୃହ କାର୍ଯ୍ୟରେ ଯୋଗ ଦେବେନି ବୋଲି ସେ କହିଛନ୍ତି।

ରାଜ୍ୟସଭାରେ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ ରାଜ୍ୟସଭାର ଆଠ ଜଣ ସଦସ୍ୟଙ୍କ ନିଲମ୍ବନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ବିରୋଧୀ ଗୃହ କାର୍ଯ୍ୟରେ ଯୋଗଦେବେନି। ଏଥିସହ ଶୂନ୍ୟ କାଳ ପରେ ଗୁଲାମ ନବୀ ଆଜାଦ୍ ଗୃହରେ ଦାବି କରିଛନ୍ତି ଯେ ସରକାର ଏକ ବିଲ୍ ଆଣି ସୁନିଶ୍ଚିତ କରିବା ଦରକାର କି ଘରୋଇ କମ୍ପାନୀମାନେ ସରକାରଙ୍କ ଦ୍ୱାରା ସ୍ଥିର ହୋଇଥିବା ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ଠାରୁ କମ୍ ମୂଲ୍ୟରେ ଚାଷୀଙ୍କଠୁ ଶସ୍ୟ କିଣି ପାରିବେ ନାହିଁ। ଏଥିସହ ସରକାର ସ୍ନାମୀନାଥନ ଫର୍ମୁଲାରେ ସମୟ ସମୟରେ ଏମଏସପି ସ୍ଥିର କରିବା ଦରକାର। ଏହି ତିନି ଦାବି ପୂରଣ ନହେଲା ଯାଏ ବିରୋଧୀ ଗୃହ କାର୍ଯ୍ୟରେ ଯୋଗ ଦେବେନି ବୋଲି ସେ କହିଛନ୍ତି।

ସେହିପରି ବିଲ୍ ସଂସଦରେ ଆଗତ ହେବା ବେଳେ ଏମଏସପିକୁ ନେଇ ଚର୍ଚ୍ଚା ଚାଲିବା ପରେ ସରକାର ଏମଏସପି ବଢ଼ାଇଛନ୍ତି। ଏହାର ଅର୍ଥ ସରକାର ନିଜ ଭିତରେ ତାଳମେଳ ରଖିପାରୁ ନାହାନ୍ତି ବୋଲି ଆଜାଦ କହିଛନ୍ତି।

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, “ଯଦି ଆମେ ରାଜ୍ୟସଭାରେ ସଂଖ୍ୟା ବିଷୟରେ କହିବା, ତେବେ ସେହି ଦିନ ଆମ ସପକ୍ଷରେ ୧୧୦ ଭୋଟ୍ ଏବଂ ବିରୋଧୀଙ୍କ ପାଖରେ ୭୨ ଭୋଟ୍ ଥିଲା। ଯଦି ସେମାନେ ଆଠ ସାଂସଦଙ୍କ ଦ୍ୱାରା ପ୍ରଦର୍ଶିତ ବିଶୃଙ୍ଖଳିତ ଆଚରଣ ପାଇଁ ଗୃହରେ ଦୁଃଖ ପ୍ରକାଶ କରିବେ ତାହେଲେ ସେମାନେ ସଂସଦ ବାହାରେ ରହିବା ଠିକ୍ ନୁହେଁ।

ରବିବାର ଟିଏମସିର ଡେରେକ ଓ’ବ୍ରାଇନ୍ ଏବଂ ଆପର ସଞ୍ଜୟ ସିଂଙ୍କ ସମେତ ବିରୋଧୀ ଦଳର ଆଠଜଣ ସଦସ୍ୟ ଗୃହରେ ବିଶୃଙ୍ଖଳିତ ଆଚରଣ ଦେଖାଇଥିଲେ। ଏହାପରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କାୟୁ ନାଇଡୁ ତାଙ୍କୁ ସପ୍ତାହେ ପାଇଁ ଗୃହ କାର୍ଯ୍ୟରୁ ନିଲମ୍ୱନ କରିଛନ୍ତି।

ନିଲମ୍ବିତ ସଦସ୍ୟ ହେଲେ କଂଗ୍ରେସର ରାଜୀବ ସତ୍ୟଭ, ସୟଦ ନାଜିର ହୁସେନ୍ ଏବଂ ରିପୁନ୍ ବୋରା, ଟିଏମସିର ଡାରେକ ଓ’ ବ୍ରାଏନ୍ ଏବଂ ଡୋଲା ସେନ୍, ସିପିଆଇ-ଏମ୍ କେ କେ ରାଗଶ ଏବଂ ଇଲାରାମ କରିମ ଏବଂ ଆମ୍ ଆଦମୀ ପାର୍ଟିର ସଞ୍ଜୟ ସିଂ।

The post ରାଜ୍ୟସଭାରେ ତୃତୀୟ କୃଷି ବିଲ୍ ପାରିତ, ବିରୋଧୀଙ୍କ ପ୍ରଦର୍ଶନ ଜାରି appeared first on Odisha Reporter.



from Odisha Reporter https://ift.tt/3iQY3mU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages