ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସେପ୍ଟେମ୍ବର ୨୯ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ବସିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ବିଧାନସଭା ଅଧିବେଶନ ସଂପୂର୍ଣ୍ଣ ଭାବେ ସଂସଦ ଢାଞ୍ଚାରେ ହେବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।
ସେ କହିଛନ୍ତି, କେବଳ ପ୍ରଶ୍ନକାଳକୁ ଛାଡ଼ି ନିୟମାନୁସାରେ ଅନ୍ୟ ସବୁ ରହିବ। ଶୂନ୍ୟକାଳ, ମୁଲତବି ପ୍ରସ୍ତାବ, ମୋସନ, କଲିଂ ଆଟେନସନ୍ ଆଦି ସବୁ ରହିବ।
ଏହା ସହିତ କୋରନା ଯୋଗୁ ବିଧାୟକଙ୍କ ବସିବା ନିମନ୍ତେ ଟିକେ ଅଲଗା ବ୍ୟବସ୍ଥା କରାଯାଇଛି। ସମୁଦାୟ ୧୪୫ ସିଟ୍ ପ୍ରସ୍ତୁତ କରାଯାଇଛି। ପରସ୍ପର ଠାରୁ ୪ ଫୁଟ୍ ଦୂରତାରେ ବିଧାୟକମାନେ ବସିବେ। ସେମାନଙ୍କ ସିଟ୍ ସମ୍ମୁଖରେ ସିଲ୍ଡ କାଚ ଲଗାଯାଇଛି। ଏଥର ସଂସଦର ଉଭୟ ଗୃହରେ ମଧ୍ୟ ଏଭଳି ବ୍ୟବସ୍ଥା କରାଯାଇଛି।
ସେହିପରି ଏଥର ଅଧିବେଶନରେ ଦର୍ଶକ ଗ୍ୟାଲେରିରେ ମଧ୍ୟ ବିଧାୟକମାନେ ବସିବେ। ଯେଉଁ ବରିଷ୍ଠ ବିଧାୟକମାନେ ଆସିବେନି, ସେମାନେ ଆଗୁଆ ସୂଚନା ଦେବେ। ସେମାନଙ୍କ ଘରେ, ଜିଲ୍ଲା ମୁଖ୍ୟାଳୟରେ କିମ୍ବା ଓକାକରେ ଭିଡିଓ କନ୍ଫରେନ୍ସିଂରେ ବସିପାରିବେ।
ବିଧାନସଭା ଅଧିବେଶନର ଖବର ପ୍ରସାରଣ ପାଇଁ ସବୁ ଗଣମାଧ୍ୟମାର ଗୋଟିଏ ଟିମ୍କୁ ଅନୁମତି ମିଳିବ ବୋଲି ବାଚସ୍ପତି କହିଛନ୍ତି।
The post ସଂସଦ ଢାଞ୍ଚାରେ ବସିବ ବିଧାନସଭା ଅଧିବେଶନ, ବିଧାୟକଙ୍କ ସିଟ୍ ସାମ୍ନାରେ ଲାଗିଛି କାଚ appeared first on Odisha Reporter.
from Odisha Reporter https://ift.tt/2HnnrTm
No comments:
Post a Comment