ଭଦ୍ରକ(ପାର୍ଥସାରଥୀ ନାୟକ): ଭଦ୍ରକ ଜିଲ୍ଲା ପୁରୁଣା ବଜାର ଥାନା କାଜି ବଜାର ଅଞ୍ଚଳରୁ ୨୫ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଏହି ଘଟଣାରେ ଜଣକୁ ଗିରଫ କରିଛି ପୁଲିସ୍। ଜବତ ବ୍ରାଉନସୁଗରର ମୂଲ୍ୟ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।
ଗତକାଲି ଯୁବକଜଣକ କାଜି ବଜାରରେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବା ବେଳେ ପୁଲିସ ତାଙ୍କୁ ଧରିଥିଲା । ତା’ ନିକଟରୁ ୨୫ ଗ୍ରାମ ବ୍ରାଉନସୁଗର ଜବତ କରିଥିଲା। ଯୁବକଜଣକ କେଉଁଠୁ ବ୍ରାଉନସୁଗର ଆଣିଥିଲା, କାହାକୁ ବିକ୍ରି କରିବାକୁ ଚେଷ୍ଟା କରୁଥିଲା, ପୁଲିସ ତାର ଖୋଳତାଡ଼ କରୁଛି ।
The post ସନ୍ଦେହଜନକ ଭାବେ ବୁଲୁଥିଲେ ଯୁବକ, ପାଖରୁ ମିଳିଲା ଅଢ଼େଇ ଲକ୍ଷର ବ୍ରାଉନସୁଗର appeared first on Odisha Reporter.
from Odisha Reporter https://ift.tt/343Z0lJ
No comments:
Post a Comment