ସୁପର୍‌ ଓଭରରେ ବାଜି ମାରିନେଲା ଦିଲ୍ଲୀ କ୍ୟାପିଟାଲ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 20, 2020

ସୁପର୍‌ ଓଭରରେ ବାଜି ମାରିନେଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ଚଳିତ ଆଇପିଏଲ୍‌ର ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ସୁପର ଓଭରରେ ବିଜୟୀ ହୋଇଛି । ଗତକାଲି କିଙ୍ଗସ ଇଲେଭେନ ପଞ୍ଜାବ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୮ ୱିକେଟ୍ ହରାଇ ୧୫୭ ରନ୍ କରିଥିଲା। ଜବାବରେ କିଙ୍ଗସ ଇଲେଭେନ ପଞ୍ଜାବ ମଧ୍ୟ ନିର୍ଦ୍ଧାରିତ ଓଭରରେ ୧୫୭ ରନ୍‌ କରିଥିଲା। ତେଣୁ ଏହାପରେ ସୁପର ଓଭର ଖେଳାଯାଇଥିଲା।

ପଞ୍ଜାବ ଟିମ୍‌ ଦିଲ୍ଲୀ ଆଗରେ ମାତ୍ର ୩ ରନ୍‌ର ବିଜୟ ଲକ୍ଷ୍ୟ ରଖିଥିଲା। ଆଉ ଦିଲ୍ଲୀ ଟିମ୍ ଏହି ଲକ୍ଷ୍ୟ ହାସଲ କରି ମ୍ୟାଚ୍‌କୁ ଜିତି ନେଇଥିଲା।

ପଞ୍ଜାବ ପକ୍ଷରୁ ମୟଙ୍କ ଅଗ୍ରୱାଲ ୬୦ଟି ବଲରୁ ଧୂଆଁଦାର ୮୯ ରନ କରିଥିଲେ ମଧ୍ୟ ଦଳକୁ ବିଜୟୀ କରି ପାରି ନଥିଲେ।

ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପଞ୍ଜାବ କ୍ୟାପଟେନ୍ କେଏଲ୍ ରାହୁଲ୍ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଷ୍ଟାର୍ ପେସ୍ ବୋଲର ମହମ୍ମଦ ଶାମି ପଞ୍ଜାବକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଦିଲ୍ଲୀ ଓପ୍‌ନର ଶିଖର ଧୱନ୍ ଖାତା ଖୋଲିବା ପୂର୍ବରୁ ରନଆଉଟ୍ ହୋଇଥିବା ବେଳେ ପୃଥ୍ୱୀ ଶ’ (୫) ଓ ଶିମରନ୍ ହେଟମେୟର୍ (୭)ଙ୍କୁ ସାମି ପ୍ୟାଭିଲିୟନ୍ ପଠାଇଥିଲେ।

ଦିଲ୍ଲୀ କ୍ୟାପଟେନ୍ ଆୟର୍ ଓ ପନ୍ତ ଚତୁର୍ଥ ୱିକେଟ୍‌ ପାଇଁ ୭୩ ରନର ମହତ୍ତ୍ୱପୂର୍ଣ୍ଣ ପାର୍ଟନରଶିପ୍ କରି ଟିମ୍‌କୁ ସଙ୍କଟରୁ ରକ୍ଷା କରିଥିଲେ। ଦୁହେଁ ସେଟ୍ ହୋଇ ଆସୁଥିବା ବେଳେ ରବି ବିଷ୍ଣୋଇ ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ। ପନ୍ତ ଖରାପ ଶଟ୍ ଖେଳିବାକୁ ଯାଇ ବିଷ୍ଣୋଇଙ୍କ ବଲରେ ବୋଲ୍ଡ ହୋଇଥିବା ବେଳେ ଆୟରଙ୍କୁ ଶାମି ଆଉଟ୍ କରିଥିଲେ। ଏହା ପରେ ଷ୍ଟୋଇନିସ୍ ଏକାକୀ ଦିଲ୍ଲୀ ପାଇଁ ଲଢ଼ି ଦଳକୁ ୧୫୭ ରନରେ ପହଞ୍ଚାଇଥିଲେ। ଦିଲ୍ଲୀ ତା’ର ଶେଷ ୪ ଓଭରରେ ୬୧ ରନ୍ କରିଥିଲା।

ଆଜି ସନ୍‌ରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଦୁବାଇରେ ମ୍ୟାଚ୍‌ ଖେଳାଯିବ।

The post ସୁପର୍‌ ଓଭରରେ ବାଜି ମାରିନେଲା ଦିଲ୍ଲୀ କ୍ୟାପିଟାଲ୍ସ appeared first on Odisha Reporter.



from Odisha Reporter https://ift.tt/35SD3bz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages