ମୁମ୍ୱାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ଉପରେ ବର୍ଷିଛନ୍ତି ବମ୍ୱେ ହାଇକୋର୍ଟ। ଯଦି ଜଣେ ସାଂସଦ ହୋଇ ଏଭଳି କହିବେ ତାହେଲେ ଅନ୍ୟ ମାନେ କେମିତି କହିବେ ବୋଲି ବିଚାରପତି କହିଛନ୍ତି। ସେ ଏକୁଟିଆ ମହାରାଷ୍ଟ୍ର ପାଇଁ ଗର୍ବିତ ନୁହନ୍ତି ବିଚାରପତି ମଧ୍ୟ ନିଜକୁ ମହାରାଷ୍ଟ୍ରର ବୋଲି କହିଛନ୍ତି। କଙ୍ଗନାଙ୍କ ମନ୍ତବ୍ୟକୁ ପ୍ରଶଂସା କରାଯାଉନି ହେଲେ ଜଣେ ସାଂସଦ ହୋଇ ନିୟମ ବାବଦରେ ଆଗ ଜାଣିବା ଦରକାର ବୋଲି ସଞ୍ଜୟ ରାଉତଙ୍କୁ କହିଛନ୍ତି ବମ୍ୱେ ହାଇକୋର୍ଟ।
ଯେଉଁଭଳି ଆଚରଣ ଦେଖାଉଛନ୍ତି ଏବଂ ତାଙ୍କ ଘର ଭଙ୍ଗାଯାଉଛି ତାହା ଠିକ୍ ଆଚରଣ କି ବୋଲି ଜଷ୍ଟିସ୍ ଏସ୍ ଜେ କାଥାୱାଲା ଏବଂ ଆର ଆଇ ଚାଗଲାଙ୍କ ବେଞ୍ଚ ସଞ୍ଜୟଙ୍କୁ ପଚାରିଥିଲେ।
କଙ୍ଗନାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ସତ୍ୟପାଠ ଦାଖଲ କରିବାକୁ ସଞ୍ଜୟଙ୍କୁ କହିଥିଲେ କୋର୍ଟ। ସତ୍ୟପାଠରେ ସଞ୍ଜୟ ନିଜ ମନ୍ତବ୍ୟ ପାଇଁ କିନ୍ତୁ କ୍ଷମା ମାଗି ନାହାନ୍ତି। ହେଲେ ତାଙ୍କର ଉଦ୍ଦେଶ୍ୟ ଧମକାଇବା କି ଡରାଇବା ନଥିଲା ବୋଲି ସଞ୍ଜୟ କହିଛନ୍ତି।
ସୂଚନାଯୋଗ୍ୟ, କଙ୍ଗନା ମୁମ୍ୱାଇ ପିଓକେ ଭଳି ଅସୁରକ୍ଷିତ ଲାଗୁଛି ବୋଲି କହିଥିଲେ। ଏହାପରେ ସଞ୍ଜୟ ରାଉତ କଙ୍ଗନାଙ୍କ ଉପରେ ଅପଶବ୍ଦ କହିଥିଲେ। ସେହିପରି କଙ୍ଗନାଙ୍କ ଅଫିସ ବିଏମସି ବେଆଇନ୍ ଭାଙ୍ଗିବା ପରେ ସାମ୍ନା ଖବରକାଗଜରେ ‘ଉଖାଡ ଦିଆ’ ନାମକ ଶୀର୍ଷକ ଲେଖିଥିଲେ ସଞ୍ଜୟ। ତେବେ ଏନଡିଟିଭିକୁ ପ୍ରତିକ୍ରିୟା ଦେଇ ସଞ୍ଜୟ କହିଛନ୍ତି ମୋର ଶବ୍ଦ ବ୍ୟବହାର ଭୁଲ୍ ଥିଲା। ଆଉ ଭଲ ଶବ୍ଦ ବ୍ୟବହାର କରିବାର ଥିଲା।
ସେପ୍ଟେମ୍ବର ୯ରେ ବାନ୍ଦ୍ରାସ୍ଥିତ ତାଙ୍କ ‘ମଣିକର୍ଣ୍ଣିକା’ କାର୍ଯ୍ୟାଳୟ ବିରୋଧରେ ବିଏମସିର କାମ ବେଆଇନ କହି ୨ କୋଟି ଟଙ୍କା କ୍ଷତିପୂରଣ ମାଗିଛନ୍ତି କଙ୍ଗନା। ଏଥିପାଇଁ ସେ ବମ୍ୱେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅକ୍ଚୋବର ୫ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।
The post ବିବାଦୀୟ ମନ୍ତବ୍ୟ ପାଇଁ ସଞ୍ଜୟ ରାଉତଙ୍କ ଉପରେ ବର୍ଷିଲେ କୋର୍ଟ appeared first on Odisha Reporter.
from Odisha Reporter https://ift.tt/30jWcQc
No comments:
Post a Comment