ନୂଆଦିଲ୍ଲୀ: କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ୱବାସୀ ନାନା ଶଙ୍କା ଭିତରେ ରହୁଥିବା ବେଳେ ଟିକା କେବେ ଆସିବ ଓ ତାହାର ଦାମ କେତେ ରହିବ ତାକୁ ନେଇ ମଧ୍ୟ ଉତ୍ସୁକତା ବଢ଼ିବାରେ ଲାଗିଛି। ଏପରି ସ୍ଥିତିରେ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୨୧ ମସିହାର ପ୍ରଥମ ୬ ମାସ ମଧ୍ୟରେ ଟିକାର ବଣ୍ଟନ କରାଯିବ ବୋଲି ଘୋଷଣା କରାଯାଇଥିବା ବେଳେ ଏବେ ଏହାର ଦାମ ମଧ୍ୟ ଜଣାପଡ଼ିଛି।
ଭାରତୀୟଙ୍କୁ ୨୨୫ ଟଙ୍କାରେ କରୋନା ଟିକା ପ୍ରଦାନ କରିବ ସେରମ ଇନିଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ। ଏନେଇ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ।ଏସଆଇଆଇ ପକ୍ଷରୁ ପ୍ରସ୍ତୁତ ହେଉଥିବା ଟିକାର ଦର ୩ ଆମେରିକୀୟ ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୨୨୫ ଟଙ୍କା ବୋଲି କୁହାଯାଇଛି । ଏହା ସହ ଅନ୍ୟ ବିଶ୍ୱର ଅନ୍ୟ ପଛୁଆ ଦେଶରେ ମଧ୍ୟ ଶସ୍ତା ଦରରେ ଏହି ଟିକା ବିତରଣ କରିବ କମ୍ପାନୀ ।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ପ୍ରାୟ ୨୦ କୋଟି ଟିକା ଉତ୍ପାଦନ ହେବ । ଏଥିପାଇଁ କମ୍ପାନୀକୁ ବିଲ୍ ଏଣ୍ଡ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନ ଆର୍ଥିକ ସହଯୋଗ ଯୋଗାଇ ଦେବା ନେଇ ବୁଝାମଣା ହୋଇଛି । ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ବା ଏସଆଇଆଇ ପକ୍ଷରୁ କୁହାଯାଇଛି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଅନ୍ୟ ସରକାରୀ ସଂସ୍ଥା ପକ୍ଷରୁ ମଞ୍ଜୁରୀ ମିଳିବା ପରେ ୨୦୨୧ର ପ୍ରଥମ ୬ ମାସ ମଧ୍ୟରେ ଟିକାର ବଣ୍ଟନ କରାଯିବ ।
ସୂଚନାଯୋଗ୍ୟ, ପୂର୍ବରୁ ଭାରତ ସମେତ ଅନ୍ୟ କିଛି ରାଷ୍ଟ୍ର ପାଇଁ କରୋନା ଟିକା ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖିଥିବା ସେରମ ଏବେ ଆଉ ଅତିରିକ୍ତ ୧୦୦ ମିଲିୟନ କରୋନା ଟିକା ପ୍ରସ୍ତୁତ କରିବ ବୋଲି ଘୋଷଣା କରିଛି।ଆସନ୍ତାବର୍ଷ ବଜାରକୁ ଆସିବାକୁ ଥିବା ଏହି କରୋନା ଟିକାକୁ ଭାରତ ସମେତ ଅନ୍ୟ କମ ଓ ମଧ୍ୟମ ଆୟ ବିଶିଷ୍ଟ ଦେଶକୁ ଫାଉଣ୍ଡସେନ ପକ୍ଷରୁ ଯୋଗାଇ ଦିଆଯିବ।
ଏହି ୧୦୦ ମିଲିୟନ ଟିକା ଭାରତ ସମେତ ଆଉ କିଛି କମ୍ ଆୟ ଥିବା ଦେଶକୁ ପ୍ରଦାନ କରାଯିବ। ଏଥିପାଇଁ ସେରମକୁ ପୁଣିଥରେ ବିଲ ଆଣ୍ଡ ମେଲିଣ୍ଡ ଗେଟ୍ସ ଫାଉଣ୍ଡେସନ ଓ ଗାଭି ଭ୍ୟାକସିନ ଆଲିଆନ୍ସ ପକ୍ଷରୁ ଆଉ ୧୫୦ ମିଲିୟନ ଡଲାରର ଆର୍ଥିକ ସହାୟତ ମିଳିବ। ଏନେଇ ସେରମ ମଧ୍ୟ ଚୁକ୍ତି କରିଛି।
ପୂର୍ବରୁ ଅଗଷ୍ଟ ମାସରେ ବିଲ ଆଣ୍ଡ ମେଲିଣ୍ଡ ଗେଟ୍ସ ଫାଉଣ୍ଡେସନ ଓ ଗାଭି ଭ୍ୟାକସିନ ଆଲିଆନ୍ସ ସେରମ ଇନଷ୍ଟିଚ୍ୟୁଟ ସହ ୧୦୦ ମିଲିୟନ କରୋନା ଟିକା ଉତ୍ପାଦନ କରିବାକୁ ଚୁକ୍ତି କରିଥିଲା। ଏବେ ଏହି ଚୁକ୍ତି ୨୦୦ ମିଲିୟନ ଟିକାକୁ ବୃଦ୍ଧି ପାଇଛି।
The post ମାତ୍ର ୨୨୫ ଟଙ୍କାରେ ମିଳିବ କରୋନା ଟିକା appeared first on Odisha Reporter.
from Odisha Reporter https://ift.tt/2S7SRPP
No comments:
Post a Comment