ନଦୀରେ ବୁଡ଼ିଗଲା ଡଙ୍ଗା: ୬ ଜଣଙ୍କର ମୃତ୍ୟୁ, ୧୫ରୁ ଅଧିକ ନିଖୋଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 16, 2020

ନଦୀରେ ବୁଡ଼ିଗଲା ଡଙ୍ଗା: ୬ ଜଣଙ୍କର ମୃତ୍ୟୁ, ୧୫ରୁ ଅଧିକ ନିଖୋଜ

  • କୋଟାର ଚାମ୍ୱଲ ନଦୀରେ ଦୁର୍ଘଟଣା
  • ଡଙ୍ଗାରେ ଥିଲେ ପୁରୁଷ, ମହିଳା ଏବଂ ଶିଶୁ ଥିଲେ
  • ଭାରସାମ୍ୟ ହରାଇ ଡଙ୍ଗାଟି ଦୁର୍ଘଟଣାର ଶିକାର ହୋଇଥିବା ସୂଚନା
  • ଉଦ୍ଧାର କାର୍ଯ୍ୟରେ ସ୍ଥାନୀୟ ଲୋକ ଏବଂ ଜିଲ୍ଲା ପ୍ରଶାସନ

କୋଟା: ରାଜସ୍ଥାନର କୋଟାର ଚାମ୍ୱଲ ନଦୀରେ ୩୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯାଇଛି। ଆଜି ଏହି ଅଭାବନୀୟ ଦୁର୍ଘଟଣା ଘଟିଛି। ଏଥିରେ ୬ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ୧୫ ଜଣଙ୍କର ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ।

ଏହି ଲୋକମାନେ ଗୋଥାଡା ଗାଁରୁ ଚାମ୍ବଲ ନଦୀ ପାର ହେଉଥିଲେ। ଚାମ୍ୱଲ ନଦୀ କୂଳରେ ପହଞ୍ଚିବା ପୂର୍ବରୁ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଅନେକ ଲୋକ ନଦୀରେ ବୁଡ଼ିଯାଇଥିବାର ସମ୍ଭାବନା ରହିଛି। ଡଙ୍ଗାରେ ମହିଳା ଓ ଶିଶୁମାନେ ମଧ୍ୟ ଥିଲେ। ଡଙ୍ଗାରେ ୩୦ରୁ ଅଧିକ ଲୋକ ଥିଲେ ବୋଲି ଜଣାପଡ଼ିଛି। ନଦୀରେ ୧୮ଟି ମୋଟର ସାଇକେଲ ମଧ୍ୟ ରଖି ଗ୍ରାମବାସୀ ପାରି ହେଉଥିଲେ ବୋଲି ଜଣାପଡ଼ିଛି। ଭାରସାମ୍ୟ ହରାଇବାରୁ ଡଙ୍ଗାଟି ଖସି ପଡ଼ିଥିବା ଜଣାପଡ଼ିଛି।

ଡଙ୍ଗା ବୁଡ଼ିଯିବାର ଦେଖି ଚାମ୍ବଲ ନଦୀ କୂଳରେ ଥିବା ଲୋକମାନେ ମଧ୍ୟ ନଦୀକୁ ଓହ୍ଲାଇ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି। ଘଟଣାର ସମୟର କିଛି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବହୁ ସଂଖ୍ୟକ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସାମିଲ ହୋଇଛନ୍ତି। ମୁଖ୍ୟତଃ ଏମାନେ ପହଁରିବା ଜାଣିଛନ୍ତି। ପରେ ପୁଲିସ ଓ ପ୍ରଶାସନ ସେଠାରେ ପହଞ୍ଚିଥିଲା।

ଡଙ୍ଗା ବୁଡ଼ିଯିବା ଘଟଣାକୁ ନେଇ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି। ଏଭଳି ଘଟଣା ଦୁଃଖଦାୟକ ଓ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। କୋଟା ପ୍ରଶାସନ ସହ କଥାବାର୍ତ୍ତା ଏହି ଘଟଣା ସମ୍ପର୍କରେ ଅବଗତ ହୋଇଛନ୍ତି ବୋଲି କହିଛନ୍ତି। ତୁରନ୍ତ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସହିତ ନିଖୋଜ ଲୋକଙ୍କୁ ଶୀଘ୍ର ଖୋଜିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଗେହଲଟ କହିଛନ୍ତି। ପ୍ରଭାବିତ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

The post ନଦୀରେ ବୁଡ଼ିଗଲା ଡଙ୍ଗା: ୬ ଜଣଙ୍କର ମୃତ୍ୟୁ, ୧୫ରୁ ଅଧିକ ନିଖୋଜ appeared first on Odisha Reporter.



from Odisha Reporter https://ift.tt/3iAgvQD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages