ମୁମ୍ବାଇ: ଡ୍ରଗ୍ସ ଲିଙ୍କ୍ ନେଇ ଏବେ ବଲିଉଡ୍ ଚର୍ଚ୍ଚାରେ ରହିଛି। ଅଭିନେତା ତଥା ବିଜେପି ସାଂସଦ ରବି କିଶନ ମୁମ୍ବାଇ ଫିଲ୍ମ ଇଣ୍ଡଷ୍ଟ୍ରୀର ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗକୁ ସୋମବାର ଲୋକସଭାରେ ଉଠାଇଥିଲେ ଓ ଏହାକୁ ‘ଗଟର’ ବୋଲି କହିଥିଲେ। ଆଉ ଏହାକୁ ନେଇ ମଙ୍ଗଳବାର ରାଜ୍ୟସଭାରେ ଅଭିନେତ୍ରୀ ତଥା ସାଂସଦ ଜୟା ବଚ୍ଚନ କଡ଼ା ପ୍ରତିକ୍ରିୟା ଦେଇଥିଲେ।
ସେ କହିଥିଲେ, ନିର୍ଦ୍ଦିଷ୍ଟ କିଛି କଳାକାରଙ୍କ ଆଚରଣ ପାଇଁ ପୂରା ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବଦନାମ କରିବା ଠିକ୍ ନୁହେଁ। ସେହିପରି କିଛି କଳାକାର ଯେଉଁ ଥାଳିରେ ଖାଉଛନ୍ତି, ସେହି ଥାଳିକୁ ଗୋଇଠା ମାରୁଛନ୍ତି। ଏଥିପାଇଁ ଅବଶ୍ୟ କଙ୍ଗନା ରାଣାୱତ୍ ତାଙ୍କୁ ଟାର୍ଗେଟ୍ କରିଥିଲେ। ତେବେ ଜୟାଙ୍କ କଥାରେ ସହମତି ପ୍ରକାଶ କରିଛନ୍ତି ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ ହେମା ମାଳିନୀ।
ଏକ ନ୍ୟୁଜ୍ ଚ୍ୟାନେଲ୍କୁ ସେ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି, ଅନେକ ଇଣ୍ଡଷ୍ଟ୍ରୀ ଓ ଦୁନିଆରେ ଅନେକ ସ୍ଥାନରେ ଏସବୁ (ଡ୍ରଗ୍ସ କାରବାର) ହୋଇଥାଏ। ଆମ ଇଣ୍ଡଷ୍ଟ୍ରୀରେ ବି ହୋଇଥିବ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ପୂରା ଇଣ୍ଡଷ୍ଟ୍ରୀ ଖରାପ। ଯେଉଁ ଭଳି ଭାବେ ଲୋକେ ବଲିଉଡ୍କୁ ଟାର୍ଗେଟ୍ କରୁଛନ୍ତି, ତାହା ଠିକ୍ ନୁହେଁ।
ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ରାଣାୱତ ବଲିଉଡ୍ରେ ନେପୋଟିଜମ୍ର କଥା ଉଠାଇଥିଲେ। ପରେ ପରେ ଡ୍ରଗ୍ସ ଲିଙ୍କ୍ ପ୍ରସଙ୍ଗରେ ଟାର୍ଗେଟ୍ କରିଥିଲେ। ମିଡିଆରେ ବି ବଲିଉଡ୍ର ଡ୍ରଗ୍ସ ଲିଙ୍କକୁ ନେଇ ଅନେକ ଖବର ପ୍ରକାଶ ପାଇଥିଲା। ତେବେ ସୋମବାର ତେବେ ଅଭିନେତା ତଥା ବିଜେପି ସାଂସଦ ରବି କିଶନ ଲୋକସଭାରେ ଏପ୍ରସଙ୍ଗ ଉଠାଇ ବଲିଉଡ୍କୁ ନର୍ଦ୍ଦମା ସହିତ ତୁଳନା କରିବା ପରେ ଜୟା ବଚ୍ଚନ ମୁହଁ ଖୋଲିଥିଲେ।
The post ବଲିଉଡ୍ର ଡ୍ରଗ୍ସ ଲିଙ୍କ୍; ମୁହଁ ଖୋଲିଲେ ହେମା appeared first on Odisha Reporter.
from Odisha Reporter https://ift.tt/3hBTXxx
No comments:
Post a Comment