କଟକ (ଓଡ଼ିଶା ରିପୋର୍ଟର): ଘରୋଇ ସ୍କୁଲ ଫି’ ବୃଦ୍ଧି ମାମଲାରେ ଆପୋସ ସମାଧାନ ପାଇଁ ପରାମର୍ଶ ଦେଲେ ହାଇକୋର୍ଟ। ଏଥିପାଇଁ ଗଣ ଶିକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରିବା ପାଇଁ କୋର୍ଟ କହିଛନ୍ତି।
ଏହି ବୈଠକରେ ଅଭିଭାବକ ମହାସଂଘ, ଶିକ୍ଷକ ସଂଘ ଓ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି।
ଏହି ବୈଠକରୁ ଯାହା ନିର୍ଯ୍ୟାସ ବାହାରିବ, ସେ ସଂପର୍କରେ କୋର୍ଟଙ୍କୁ ଅବଗତ କରାଯିବାକୁ କୁହାଯାଇଛି। କୋର୍ଟ ଆସନ୍ତା ସପ୍ତାହରେ ଏହାର ଶୁଣାଣି କରିବେ।
ସୂଚନାଯୋଗ୍ୟ, ଫି’ ବୃଦ୍ଧିକୁ ନେଇ ଅଭିଭାବକ ମହାସଂଘ ହାଇକୋର୍ଟ ଯାଇଥିଲା।
The post ଘରୋଇ ସ୍କୁଲ ଫି’ ବୃଦ୍ଧି ମାମଲାରେ ହାଇକୋର୍ଟ ଦେଲେ ପରାମର୍ଶ, କ’ଣ କହିଛନ୍ତି ପଢ଼ନ୍ତୁ appeared first on Odisha Reporter.
from Odisha Reporter https://ift.tt/3lE7EiI
No comments:
Post a Comment