ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍କାରେ ହୁ ହୁ ହୋଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ସହର ଭିତରେ ସ୍ଥିତି ଆହୁରି ସାଘାଂତିକ । ଏପରି ସ୍ଥିତିରେ କେଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁଯାୟୀ, ଶଟଡାଉନ୍ କରିପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଲା ଜିଲ୍ଲା ପ୍ରଶାସନ।
ଫଳରେ ସ୍ଥିତିରେ ସୁଧାର ଆଣିବା ଲାଗି ଆଗକୁ ଆସିଛନ୍ତି ବଲାଙ୍ଗିର ସହରର ବିଭିନ୍ନ ସଂଗଠନର କର୍ମକର୍ତ୍ତା । ‘କରୋନା ନିୟନ୍ତ୍ରଣ କମିଟି’ ଗଠନ କରି ସହରକୁ ୭ ଦିନିଆ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି କଟକଣା ଆଜିଠୁ ଲାଗୁ କରାଯାଇଛି।
ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ ଦେଇ ଅନ୍ୟ ଦୋକାନ ବଜାର ବନ୍ଦ ପାଇଁ ଅନୁରୋଧ କରିଛି କମିଟି । କାଁ ଭାଁ କିଛି ଦୋକାନକୁ ଛାଡିଦେଲେ ସହର ଭିତରେ ଅଧିକାଂଶ ଦୋକାନ ବନ୍ଦ ରହିଛି। ଏହି ସମୟରେ କିନ୍ତୁ ଯାନବାହନ ତଥା ଲୋକଙ୍କ ଚଳପ୍ରଚଳ ଉପରେ କିଛି ରୋକ ଲଗାଯାଇ ନାହିଁ।
ଅନ୍ୟପଟେ ସଂକ୍ରମଣ ବୃଦ୍ଧି ଆଶଙ୍କାରେ ଜିଲ୍ଲା ପ୍ରଶାସନ ୧୨ ଓ ୧୫ ନଂ ୱାର୍ଡକୁ କନଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି । ଏହାବ୍ୟତୀତ ବଲାଙ୍ଗିର ଜିଲ୍ଲାପାଳ ଓ ଏସ୍ପି ସହରରେ ବୁଲି ଲୋକଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନିବାକୁ ସଚେତନ କରୁଛନ୍ତି।
ସୂଚନାଯୋଗ୍ୟ, ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮୫୪ରେ ପହଞ୍ଚିଥିବା ବେଳେ ଆକ୍ଟିଭ କେସ୍ ରହିଛି ୬୪୦। ଏହାବ୍ୟତୀତ ଜିଲ୍ଲାରେ ୩୧୯୫ କରୋନାରୁ ସୁସ୍ଥ ହୋଇ ସାରିଥିବା ବେଳେ ୧୯ ଜଣ ଆଖି ବୁଜି ସାରିଲେଣି।
The post ବଲାଙ୍ଗିରରେ ବଢ଼ୁଛି ସଂକ୍ରମଣ, କଟକଣା ଲାଗୁ କଲା ବଜାର କମିଟି appeared first on Odisha Reporter.
from Odisha Reporter https://ift.tt/3csoooX
No comments:
Post a Comment