ଆଜି ପୁଣି ବର୍ଷା ସମ୍ଭାବନା,୧୦ଟି ଜିଲ୍ଲାକୁ ସତର୍କ ସୂଚନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 1, 2020

ଆଜି ପୁଣି ବର୍ଷା ସମ୍ଭାବନା,୧୦ଟି ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆଜି ବର୍ଷା ସମ୍ଭାବନା ଦେଖାଦେଇଛି । ବଜ୍ରପାତ ସହ ବର୍ଷା ନେଇ ଆଜି ରାଜ୍ୟର ୧୦ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ଏହି ୧୦ ଜିଲ୍ଲା ହେଉଛି ଗଞ୍ଜାମ, ଗଜପତି, କନ୍ଧମାଳ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼।

ଏହି ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଅପରପକ୍ଷେ  ଅଦ୍ୟାବଧୀ ୬ଟି ଜିଲ୍ଲାରେ ୨୦ ପ୍ରତିଶତରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ସେହି ଜିଲ୍ଲାଗୁଡିକ ହେଲା ଦେବଗଡ, ଢେଙ୍କାନାଳ, ଅନୁଗୋଳ, ଝାରସୁଗୁଡା, ସୁନ୍ଦରଗଡ ଓ ମାଲକାନଗିରି।

ସୂଚନାଯୋଗ୍ୟ, ହୀରାକୁଦ ଡ୍ୟାମ୍‌ରେ  ଜଳସ୍ତର କ୍ରମଶଃ କମିବାରେ ଲାଗିଛି। ଏବେ ଡ୍ୟାମରେ ୨୪ ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଛି। କିନ୍ତୁ ପୂର୍ଣ୍ଣିମା ଯୋଗୁ ଜଳସ୍ତର କମୁ ନ ଥିବାରୁ ବନ୍ୟା ଦୁର୍ଗତଙ୍କ ସମସ୍ୟା ବଢ଼ୁଛି। ଏବେ ପୁଣି ଆଉ ଏକ ବର୍ଷା ସମ୍ଭାବନା ଦେଖାଦେଇଥିବା ବେଳେ ବନ୍ୟା ଘେରରେ ଥିବା ଲୋକେ ମୁଣ୍ଡରେ ହାତ ଦେଲେଣି।

The post ଆଜି ପୁଣି ବର୍ଷା ସମ୍ଭାବନା,୧୦ଟି ଜିଲ୍ଲାକୁ ସତର୍କ ସୂଚନା appeared first on Odisha Reporter.



from Odisha Reporter https://ift.tt/3gJKcgg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages