ନୂଆଦିଲ୍ଲୀ: ବିଜେପି ନେତା ଜେପି ନଡ୍ଡା ଦଳର ସଭାପତି ହେବାର ନଅ ମାସ ପରେ ଶନିବାର ତାଙ୍କ ଟିମ୍ ଘୋଷଣା କରିଛନ୍ତି। କେନ୍ଦ୍ରୀୟ ୟୁନିଟ୍ ସଂଗଠନରେ ନଡ୍ଡା ଅନେକ ପୁରୁଣା ଚେହେରାକୁ ବାଦ୍ ଦେଇ ନୂଆ ଯୁବ ଚେହେରାଙ୍କୁ ସ୍ଥାନ ଦେଇଛନ୍ତି। ଏହି ନିଷ୍ପତ୍ତିକୁ ନେଇ ଦଳର ନେତାଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଜାତୀୟ ମହାସଚିବ ପଦରୁ ରାହୁଲ ସିହ୍ନା ବାଦ୍ ପଡ଼ିବା ପରେ ଏକ ଭିଡିଓ ଜାରି କରି ନିଜର ଅସନ୍ତୋଷ ଜାହିର କରିଛନ୍ତି।
ରାହୁଲ ସିହ୍ନା ପଶ୍ଚିମବଙ୍ଗର ନେତା। ୪୦ ବର୍ଷ ଧରି ଦଳ ପାଇଁ କାମ କରି ଆସୁଛନ୍ତି। ହେଲେ ଦଳ ତାଙ୍କୁ ଶେଷରେ ଏହି ‘ପୁରସ୍କାର’ ଦେଇଛି। ସେ ତାଙ୍କ ପରବର୍ତ୍ତୀ ନିଷ୍ପତ୍ତି ଘୋଷଣା କରିବା ପୂର୍ବରୁ ୧୦-୧୨ ଦିନ ଅପେକ୍ଷା କରିବେ। କହିରଖୁଛୁ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ମୁକୁଲ ରୟଙ୍କୁ ଦଳ ରାଷ୍ଟ୍ରୀୟ ଉପାଧ୍ୟକ୍ଷ କରିଛି। ଯାହାକୁ ନେଇ ରାହୁଲ ସିହ୍ନା ନାପସନ୍ଦ କରୁଥିବା ଜଣାପଡ଼ିଛି। ଯେହେତୁ ରାଜ୍ୟରେ ସେ ଦଳର ପୁରୁଣା ନେତା।
ସଂଗଠନରେ ହୋଇଥିବା ପରିବର୍ତ୍ତନକୁ ନେଇ ରାହୁଲ ସିହ୍ନା କହିଛନ୍ତି ଯେ, ମୁଁ ଚାଳିଶ ବର୍ଷ ଧରି ବିଜେପିର ସେବା କରିଛି ଏବଂ ଜଣେ ବିଜେପି ସୈନିକ। ଜନ୍ମରୁ ମୁଁ ବିଜେପି ସେବା କରିବାର ପୁରସ୍କାର ପାଇଛି। ହେଲେ ଟିଏମସି ନେତା ଦଳକୁ ଆସିବା ପରେ ମୋତେ ହଟାଇ ଦିଆଯାଇଛି। ଏହାଠାରୁ ଅଧିକ ଦୁର୍ଭାଗ୍ୟଜନକ କିଛି ହୋଇପାରେ ନାହିଁ ବୋଲି ସେ କହିଛନ୍ତି।
The post ସାଂଗଠିନକ ପରିବର୍ତ୍ତନକୁ ନେଇ ବିଜେପିରେ ଅସନ୍ତୋଷ, ଦଳ ଛାଡ଼ିବେ ରାହୁଲ୍! appeared first on Odisha Reporter.
from Odisha Reporter https://ift.tt/3497A2C
No comments:
Post a Comment