ସୁଶାନ୍ତଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ଫିଲ୍ମ, ଡିସେମ୍ବରରେ ହେବ ରିଲିଜ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 27, 2020

ସୁଶାନ୍ତଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ଫିଲ୍ମ, ଡିସେମ୍ବରରେ ହେବ ରିଲିଜ୍

ମୁମ୍ବାଇ: ଚଳିତବର୍ଷ କରୋନା ଭୂତାଣୁ ପରେ ହୁଏତ ସର୍ବାଧିକ ଅଧିକ ଚର୍ଚ୍ଚାରେ ରହିଛି ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟ। ସୁଶାନ୍ତଙ୍କ ମୃତ୍ୟୁକୁ ସାରା ଦେଶ ସହଜରେ ଗ୍ରହଣ କରିପାରି ନ ଥିବା ବେଳେ ସିବିଆଇ ତଦନ୍ତର ଦାବି କରାଯାଇଥିଲା। ବର୍ତ୍ତମାନ ମାମଲାର ତଦନ୍ତ ସିବିଆଇ ସମେତ ତିନୋଟି ଏଜେନ୍ସି କରୁଛି। ଅର୍ଥ ହେରଫେର ମାମଲାରେ ଇଡି ତଦନ୍ତ କରୁଥିବା ବେଳେ ଏବେ ଡ୍ରଗ୍ସ ଲିଙ୍କର ଖୋଳତାଡ଼ କରୁଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି।

ସୁଶାନ୍ତ ମୃତ୍ୟୁ ପରେ ନାନା ଅଭିଯାନ, ବିବାଦ, ଚର୍ଚ୍ଚା ଓ ଆଲୋଚନା ଚାଲିଥିବା ଭିତରେ ଏନସିବି ଡ୍ରଗ୍ସ ଲିଙ୍କରେ ମୁଖ୍ୟ ଅଭିଯୁକ୍ତ ବଲିଉଡ୍ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ପରେ ପରେ ବି-ଟାଉନର ଅନେକ ତାରକାଙ୍କ ନାଁ ଡ୍ରଗ୍ସ ଲିଙ୍କରେ ସାମ୍ନାକୁ ଆସିଛି। ଏନସିବି ପର୍ଯ୍ୟାୟ କ୍ରମେ ସମସ୍ତଙ୍କୁ ସମନ, ଜେରା ଓ ଗିରଫ କରୁଛି। ଏହାରି ଭିତରେ ବଲିଉଡରେ କଳଙ୍କର ଆଉ ଏକ ଛିଟା ଲାଗିଛି।

ତେବେ ଏସବୁ ଆରମ୍ଭ ହୋଇଛି ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟର ଗୁମର ଖୋଜୁ ଖୋଜୁ। ବଲିଉଡର ଏହି ଦିବଙ୍ଗତ ଅଭିନେତାଙ୍କ ଉପରେ ନିର୍ମାଣ ହେଉଛି ଫିଲ୍ମ। ସବୁଠାରୁ ବଡ଼ କଥା ହେଲା, ଏହି ଫିଲ୍ମଟିକୁ ନିର୍ମାଣ କରୁଛନ୍ତି ସରଳା ଏ. ସରାଓଗୀ, ଯିଏ ହେଉଛନ୍ତି ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦିଙ୍କ ଓକିଲ ଅଶୋକ ଏମ୍. ସରାଓଗୀଙ୍କ ପତ୍ନୀ। ଫିଲ୍ମର ଟାଇଟଲ ରହିଛି ‘ନ୍ୟାୟ: ଦି ଜଷ୍ଟିସ୍’, ଯେଉଁଥିରେ ମୁଖ୍ୟ ଭୂମିକାରେ ଜୁବୈର୍ ଖାନ୍ ଅଭିନୟ କରୁଛନ୍ତି। ଫିଲ୍ମରେ ସେ ମହେନ୍ଦ୍ର ସିଂହ ଭୂମିକାରେ ନଜରକୁ ଆସିବେ। ତେବେ ଇଡି ଅଧିକାରୀଙ୍କ ଭୂମିକାରେ ଅମନ ବର୍ମା, ଏନସିବି ଅଧିକାରୀଙ୍କ ଭୂମିକାରେ ଶକ୍ତି କପୁର ଏବଂ ସୁଧା ଚନ୍ଦ୍ରନଙ୍କୁ ସିବିଆଇ ଅଧିକାରୀଙ୍କ ଭୂମିକାରେ ଦେଖିବାକୁ ମିଳିବ।

ସେହିପରି ସୁଶାନ୍ତ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଚରିତ୍ରକୁ ଫିଲ୍ମରେ ଉର୍ବଶୀ ଭୂମିକାରେ ଦେଖିବାକୁ ମିଳିବ। ତେବେ ଉର୍ବଶୀ ଭୂମିକାରେ ଅଭିନେତ୍ରୀ ଶ୍ରେୟା ଶୁକ୍ଲା ଅଭିନୟ କରୁଛନ୍ତି। ଜୁବୈରଙ୍କ କହିବା ଅନୁସାରେ, ଫିଲ୍ମରେ ସମ୍ପସ୍ତଙ୍କ କାଷ୍ଟ ପ୍ରାୟତଃ ଶେଷ ହୋଇସାରିଛି। ଫିଲ୍ମରେ ଦୀପିକା ପାଦୁକୋନ୍, ସାରା ଅଲୀ ଖାନ୍, ଅଙ୍କିତା ଲୋଖଣ୍ଡେ, କ୍ରିତି ସାନନ୍, ଶ୍ରଦ୍ଧା କପୁର, ରିୟା ଚକ୍ରବର୍ତ୍ତୀଙ୍କ ସମେତ ଦିଶା ସାଲିୟାନ, ଶ୍ରୁତି ମୋଦି, ସୁଶାନ୍ତଙ୍କ ଘରୋଇ ସହାୟକ ଏବଂ ବନ୍ଧୁଙ୍କ ଭୂମିକା ମଧ୍ୟ ଦେଖିବାକୁ ମିଳିବ।

ଫିଲ୍ମରେ ବିଗ୍-ବସ୍ ଫେମ୍ ସୋମି ଖାନ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟାନଙ୍କ ଭୂମିକାରେ ନଜରକୁ ଆସିବେ। ଜୁନ୍ 8ରେ ଦିଶାଙ୍କ ମୃତ୍ୟୁ ଘଟିଥିଲା। ସୁଶାନ୍ତଙ୍କ ମୃତ୍ୟୁ ସହ ଦିଶାଙ୍କ ମୃତ୍ୟୁ ରହସ୍ୟକୁ ଲିଙ୍କ୍ କରାଯାଉଥିବା ବେଳେ ଉଭୟ ମାମଲା ଖୁବ୍ ଚର୍ଚ୍ଚାରେ ରହିଛି।

ପ୍ରକାଶ ଥାଉ କି, ସୁଶାନ୍ତଙ୍କ ମୃତ୍ୟୁ ମାମଲା ଏବେ ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ତଦନ୍ତ ଦିଗରେ ନୂଆ ମୋଡ଼ ନେଇଛି। ତେବେ ଫିଲ୍ମରେ ଏହି ଦିଗକୁ ମଧ୍ୟ ପ୍ରଦର୍ଶିତ କରାଯିବ ବୋଲି ଜଣାପଡ଼ିଛି। ସେହିଭଳି ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କରାଯାଉଥିବା ସମସ୍ତ କଳ୍ପନାଜଳ୍ପନାକୁ ଫିଲ୍ମରେ ସ୍ଥାନ ଦିଆଯାଇଛି। ଏପରି କି ଆତ୍ମହତ୍ୟା ଓ ଯୋଜନାବଦ୍ଧ ହତ୍ୟା ଦିଗକୁ ମଧ୍ୟ ଫିଲ୍ମରେ ଗୁରୁତ୍ୱ ଦିଆଯାଇଛି ବୋଲି ଅଭିନେତା ଜୁବୈର୍ କହିଛନ୍ତି।

ସୁଶାନ୍ତ ଜଣେ ଭଲ ଡ୍ୟାନ୍ସର ଥିଲେ। ଏଣୁ ଫିଲ୍ମରେ ଗୋଟିଏ ଡ୍ୟାନ୍ସ ନମ୍ବର ସହ ଚାରୋଟି ଗୀତ ରହିଛି। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଦିଲ୍ଲୀ ଗୁଲାଟି। ଫିଲ୍ମର ଶୁଟିଂ ଆରମ୍ଭ ହୋଇସାରିଛି। ତେବେ ତିନିଜଣ ଅଭିନେତା ଏ ପର୍ଯ୍ୟନ୍ତ ନିଜ ଶୁଟିଂ ଆରମ୍ଭ କରି ନ ଥିବା ଜଣାପଡ଼ିଛି। ‘ନ୍ୟାୟ: ଦି ଜଷ୍ଟିସ୍’ର ଶୁଟିଂ ଅକ୍ଟୋବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରହିଥିବାବେଳେ ଡିସେମ୍ବର ସୁଦ୍ଧା ରିଲିଜ୍ କରିବାକୁ ଯୋଜନା କରାଯାଇଛି।

The post ସୁଶାନ୍ତଙ୍କ କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ଫିଲ୍ମ, ଡିସେମ୍ବରରେ ହେବ ରିଲିଜ୍ appeared first on Odisha Reporter.



from Odisha Reporter https://ift.tt/336SR92

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages