ବିଡିଓଙ୍କୁ ବୁଲଡୋଜର ଚପାଇ ମାରିଦେବାକୁ ଧମକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 22, 2020

ବିଡିଓଙ୍କୁ ବୁଲଡୋଜର ଚପାଇ ମାରିଦେବାକୁ ଧମକ

ଟିଟିଲାଗଡ଼(ଓଡ଼ିଶା ରିପୋର୍ଟର) : ନିଜ ଅଫିସରେ କାର୍ଯରତ ଥିବା ବେଳେ  ଜଣେ ଯୁବକ ଆକ୍ରମଣ ସହ  ହତ୍ୟା ଧମକ ଦେଇଥିବା ଅଭିଯୋଗ ଆଣିଛନ୍ତି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବିଡିଓ ନବୀନ ଚନ୍ଦ୍ର ନାୟକ ।

ବିଡିଓ ନିଜ ଅଫିସରେ ଥିବା ବେଳେ ଜଣେ ଯୁବକ ସେଠାରେ ପହଞ୍ଚି  ବିଭିନ୍ନ ପଞ୍ଚାୟତରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ପଚାରିଥିଲେ । କରୋନ ପରିସ୍ଥିତିରେ କୌଣସି କାର୍ଯ୍ୟ ହେଉ ନଥିବା ବିଡିଓ କହିଥିଲେ । ହେଲେ  ଟିଟିଲାଗଡ଼ ବ୍ଲକ ଅଧୀନରେ ଥିବା ୨୪ ପଞ୍ଚାୟତରେ କାମ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ବିଡିଓ କହିଥିଲେ।

ଏହାହାପରେ ଯୁବକଜଣକ ଉତ୍ତ୍ୟକ୍ତ ହୋଇ ଆମ ଅଜାଣତରେ କିପରି କାମ ଆରମ୍ଭ ହେବ ବୋଲି ପଚାରିଥିଲେ।  ଏହାପରେ ସେ ବିଡିଓଙ୍କୁ ଗାଳି ଗୁଲଜ କରିବା ସହିତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାବାଦ  ରାସ୍ତାରେ  ବୁଲଡୋଜର ଚପାଇ ମାରିଦେବାକୁ ଧମକ ଦେଇଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି।

ଏନେଇ ବିଡିଓ ଟିଟିଲାଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

The post ବିଡିଓଙ୍କୁ ବୁଲଡୋଜର ଚପାଇ ମାରିଦେବାକୁ ଧମକ appeared first on Odisha Reporter.



from Odisha Reporter https://ift.tt/3mM9LRW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages