ଗ୍ରାହକ ହୋଇ ଆସିଲେ, ଦୋକାନୀଙ୍କଠୁ ଲୁଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 28, 2020

ଗ୍ରାହକ ହୋଇ ଆସିଲେ, ଦୋକାନୀଙ୍କଠୁ ଲୁଟିଲେ

ଖୋର୍ଦ୍ଧା(ବଳରାମ ଲେଙ୍କା): ଗ୍ରାହକ ହୋଇ ଆସିଲେ, ଶେଷରେ ଦୋକାନୀଙ୍କଠୁ ଲୁଟିଲେ ସୁନା ଚେନ୍‌ । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜଟଣୀ ସହରରେ । ପୁରା ଘଟଣା ସିସିଟିଭିରେ କଏଦ ହୋଇଛି। ହେଲେ ଅଭିଯୁକ୍ତଜଣକ ଫେରାର ହୋଇଯାଇଥିବାରୁ ଟେର ପାଇପାରୁନି ପୁଲିସ୍‌।

ଜଟଣୀ ସହରରରେ ଥିବା ଏକ ଡିସ୍ ଟିଭି ଦୋକାନକୁ ଗତକାଲି ମଧ୍ୟାହ୍ନରେ ଜଣେ ଗ୍ରାହକ ଆସିଥିଲେ । ଦୋକାନରେ ଥିବା ଜଣେ ମହିଳାଙ୍କୁ କିଛି ପଚରାଉଚରା କରିଥିଲେ । ତେବେ ମହିଳା ଜଣଙ୍କ କିଛି ବୁଝିବା ପୂର୍ବରୁ ଗ୍ରାହକ ହୋଇ ଆସିଥିବା ଲୁଟେରା ମହିଳାଙ୍କ ବେକରୁ ସୁନାଚେନ ଛିଣ୍ଡାଇ ଦଉଡି ପଳାଇଥିଲେ ।

ମହିଳାଙ୍କ ଚିତ୍କାର ଶୁଣି ଆଖପାଖ ଲୋକେ ପହଞ୍ଚିବା ବେଳକୁ ଲୁଟେରାଜଣକ ଫେରାର ହୋଇଯାଇଥିଲେ ।  ଏ ସମସ୍ତ ଘଟଣା ଦୋକାନରେ ଥିବା ସିସିଟିଭିରେ କଏଦ ହୋଇଯାଇଛି ।  ତେବେ  ଲୁଟେରାଜଣକ ମାସ୍କ ଓ ହେଲମେଟ ପିନ୍ଧିଥିବାରୁ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ୁଛି। ଏନେଇ ମହିଳା ଜଣକ ଜଟଣୀ ଥାନାରେ ଏତଲା କରିଛନ୍ତି ।

The post ଗ୍ରାହକ ହୋଇ ଆସିଲେ, ଦୋକାନୀଙ୍କଠୁ ଲୁଟିଲେ appeared first on Odisha Reporter.



from Odisha Reporter https://ift.tt/3j7RpbX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages