ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବରୁ ରାଜ୍ୟର ୧୪ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପୁଣି ୫ ବିଧାୟକ କରୋନା କବଳରେ ପଡ଼ିଛନ୍ତି । ଗତକାଲି ବିଧାନସଭାରେ ୨୫ ବିଧାୟକଙ୍କ ହୋଇଥିବା ଟେଷ୍ଟରୁ ୫ ଜଣ ପଜିଟିଭ୍ ଥିବା ଜଣାପଡ଼ିଛନ୍ତି। ସେମାନେ ହେଲେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ଭୂଦାନ ମୁର୍ମୁ, ଅଙ୍ଗଦ କହଁର, ବିଧାୟକ ସରୋଜ ମେହେର ଓ ବିକ୍ରମ ପଣ୍ଡା । ଫଳରେ ଚଳିତ ଅଧିବେଶନ ପୂର୍ବରୁ ସମୁଦାୟ ୧୯ ଜଣ ବିଧାୟକ ଓ ମନ୍ତ୍ରୀ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି।
ଏହାପୂର୍ବରୁ ୧୪ ମନ୍ତ୍ରୀ, ବିଧାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରେ ଉପବାଚସ୍ପତି ରଜନୀକାନ୍ତ ସିଂ, ମନ୍ତ୍ରୀ ସମୀର ଦାଶ, ପଦ୍ମିନୀ ଦିଆନ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜୟନ୍ତ ଷଡ଼ଙ୍ଗୀ, ଭୂଦାନ ମୁର୍ମୁ, ଅଙ୍ଗଦ କହଁର, ସରୋଜ ମେହେର ଓ ବିକ୍ରମ ପଣ୍ଡା ପ୍ରମୁଖ ଅଛନ୍ତି ।
ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଭିତରେ ଆଜିଠୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଅଧିବେଶନ ପୂର୍ବରୁ ବିଧାୟକ, ବିଧାନସଭା କର୍ମଚାରୀ, ଅଧିକାରୀ ଓ ସାମ୍ବାଦିକଙ୍କ କରୋନା ଟେଷ୍ଟ କରାଯାଇଛି। ଏମାନଙ୍କ ମଧ୍ୟରୁ ସମୁଦାୟ ୧୯ ଜଣ ବିଧାୟକ ଓ ମନ୍ତ୍ରୀଙ୍କଠାରେ ପଜିଟିଭ୍ ଆସିଥିବାରୁ ସେମାନେ ଅଧିବେଶନରୁ ଦୂରେଇ ରହିବେ। ଅଧିବେଶନ ପାଇଁ କରୋନା ନିୟମାବଳୀ କଡ଼ାକଡ଼ି ଭାବେ ପାଳନ କରାଯାଉଛି ।
ସମସ୍ତଙ୍କ ପାଇଁ ମାସ୍କ ପିନ୍ଧା ବାଧ୍ୟତାମୂଳକ କରାଯାଇଛି । ଏହାଛଡ଼ା ବିଧାସଭା ଗୃହକୁ ସାନିଟାଇଜ୍ ମଧ୍ୟ କରାଯାଇଛି । ବସିବା ସ୍ଥାନରେ ସାମ୍ନାପଟୁ ଲଗାଯାଇଛି ଗ୍ଲାସ ସିଲ୍ଡ଼ । ଦର୍ଶକ ଗ୍ୟାଲେରି, ଭିଜିଟର୍ ଗ୍ୟାଲେରିରେ ବି ବିଧାୟକମାନେ ବସିବେ । ୬୦ ବର୍ଷରୁ ଅଧିକ ବୟସ୍କ ସଦସ୍ୟ ଘରେ କିମ୍ବା ଜିଲ୍ଲାପାଳଙ୍କ ଅଫିସ୍ ନଚେତ ଓକାକ୍ ବିଲଡିଂରେ ଭିସି ଜରିଆରେ ଗୃହ କାର୍ଯ୍ୟରେ ଭାଗନେଇ ପାରିବେ ।
The post ପୁଣି ୫ ବିଧାୟକ କରୋନା ପଜିଟିଭ appeared first on Odisha Reporter.
from Odisha Reporter https://ift.tt/3jp1L7e
No comments:
Post a Comment